{
  "id": "oa-gita-000002",
  "name": {
    "en": "Naba bilasini re nakhyatresa hasini",
    "or": "ନବ ବିଳାସିନୀ ରେ ନକ୍ଷତ୍ରେଶ ହାସିନୀ"
  },
  "composer": "oa-person-000002",
  "mula_raga": [
    "oa-raga-000001"
  ],
  "mula_tala": [
    "oa-tala-000001"
  ],
  "song_type": "champu",
  "kabya": {
    "id": "oa-kabya-000001",
    "section": {
      "en": "Na paṭaḷa",
      "or": "ନ ପଟଳ"
    }
  },
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/naba-bilasini-re-nakhyatresa-hasini-na-champu-kamodi-adatali/",
      "archive_url": "https://web.archive.org/web/20260123134649/https://odissimusic.co.in/index.php/song/naba-bilasini-re-nakhyatresa-hasini-na-champu-kamodi-adatali/"
    },
    "stanzas": [
      {
        "n": 0,
        "lines": [
          "ନବ ବିଳାସିନୀ ରେ ନକ୍ଷତ୍ରେଶ ହାସିନୀ"
        ]
      },
      {
        "n": 1,
        "lines": [
          "ନାହିଁ ବୋଲିବା ବାଣୀ ନିପଟ ନାହିଁ ଶୁଣି",
          "ନଳିନାକ୍ଷିରେ ହୋଇ କିସ ହେବ",
          "ନନ୍ଦନନ୍ଦନ ପ୍ରେମା ପ୍ରେମାରେ ନୁହେ ଜମା",
          "ନିତମ୍ବିନୀଙ୍କ ଯେବେ ଗତି ଥିବ"
        ]
      },
      {
        "n": 2,
        "lines": [
          "ନିଷ୍ଠୁର ଗୁଣ କୁଳିଶରୁ ପଡ଼ିଛି ବଳି",
          "ନିଶ୍ଚୟ ତିନି ବର୍ଣ୍ଣ ନାହିଁ ଲେଖି",
          "ନାଗରୀ ବିମୋହନ ମନ୍ତ୍ର ମାତ୍ରକ ମନ",
          "କପଟ ସମ୍ପୂଟରେ ଅଛି ରଖି"
        ]
      },
      {
        "n": 3,
        "lines": [
          "ନିରନ୍ତରାୟ ରସ ପ୍ରସାରଣେ ପୀୟୂଷ",
          "ଧାରା ଧିକ୍କାରକାରୀ ପରି ଲାଗେ",
          "ନିମିଷକରେ ଜ୍ୱାଳା ଜନ୍ମାଏ ଜିଣି ହାଳା",
          "-ହଳକୁ ଯେ ସଙ୍ଖାଳି ମହା ନାଗେ"
        ]
      },
      {
        "n": 4,
        "lines": [
          "ନିଶିଦିନ ଶୟନ ନ ଜାଣଇ ନବୀନ",
          "ବିସିନୀ ଦଳ ଶେଯ ଯାଏ ଜଳି",
          "ନୀପବନ ପବନ ନିର୍ଦ୍ଧୂମ ଶିଖ ଧନ",
          "-ଞ୍ଜୟ ଝାସରୁ କରେ କଟୁ କେଳି"
        ]
      },
      {
        "n": 5,
        "lines": [
          "ନିନ୍ଦାର ନିକେତନ ହୋଇବୁରେ ନୂତନ",
          "ମନ୍ଦାର ବିମ୍ବ କୁରୁବିନ୍ଦାଧରା",
          "ନିଶା ରମଣକର କଳିକାକଣ ତୋର",
          "ହୋଇଯିବ କଳ୍ପାନ୍ତ କାଳ ଖରା"
        ]
      },
      {
        "n": 6,
        "lines": [
          "ନ ବରଷରୁ ଊଣା କାଳୁ ତ ଅଛି ଜଣା",
          "ନଖାଗ୍ରେ ଉଦ୍ଧରିଲା ଗୋବର୍ଦ୍ଧନ",
          "ନବ ନୀରଜକୋଷ ନିଭ ତୋ କୁଚ କିସ",
          "ଅଣ୍ଟିବ କଣ୍ଠୀରବ ମଧ୍ୟା ଘେନ"
        ]
      },
      {
        "n": 7,
        "lines": [
          "ନିବେଦନ କରୁଛି କରକଞ୍ଜ ଧରୁଛି",
          "ହେଲେ ହେଉ ଅରୁଚି ନିଦ୍ରାହାରେ",
          "ନରନାଥ ଶ୍ରୀ ହରିଚନ୍ଦନ ବନ୍ଦେ ଗୋରୀ",
          "ନ ରସ ନୀଳବାହା ମୁଦ୍ରାହାରେ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/naba-bilasini-re-nakhyatresa-hasini-na-champu-kamodi-adatali/",
      "archive_url": "https://web.archive.org/web/20260123134649/https://odissimusic.co.in/index.php/song/naba-bilasini-re-nakhyatresa-hasini-na-champu-kamodi-adatali/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
