{
  "id": "oa-gita-000005",
  "name": {
    "en": "Aha kisora kisori rupa madhuri",
    "or": "ଆହା କିଶୋର କିଶୋରୀ ରୂପ ମାଧୁରୀ"
  },
  "composer": "oa-person-000008",
  "mula_raga": [
    "oa-raga-000201"
  ],
  "mula_tala": [
    "oa-tala-000005"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/aha-kisora-kisori-ragabati-tarini-patra/"
    },
    "stanzas": [
      {
        "n": 0,
        "lines": [
          "ଆହା କିଶୋର କିଶୋରୀ ରୂପ ମାଧୁରୀ",
          "ମନ ପ୍ରାଣ ନିଏ ହରି"
        ]
      },
      {
        "n": 1,
        "lines": [
          "ଘନ କୋଳେ ବିଜୁଳି ସତେ ଖେଳିଲା ଭଳି",
          "ଦିଶେ ଅପୂର୍ବ ଶୋଭା ଭୁବନ ମନୋହାରୀ",
          "(ପଡ଼ି‌)",
          "ନବୀନ ବସନ୍ତ ଆହା ମୂର୍ତ୍ତିମନ୍ତ",
          "ବାସ୍ତବ ଯେମନ୍ତ ହେଲା ଆବିର୍ଭୂତ",
          "ବର୍ଣ୍ଣି ନୁହେ ନିଧୁ ବନର ବୈଚିତ୍ର୍ୟ",
          "ବିପଣି ବାଢ଼ିଛି କି ପ୍ରକୃତି ସୁନ୍ଦରୀ"
        ]
      },
      {
        "n": 2,
        "lines": [
          "ଆହା ସେ ବୃନ୍ଦାବନର କୁଞ୍ଜମଞ୍ଜୁଳ",
          "ପୂରିତ ତରୁ ବଲ୍ଲରୀ ।",
          "ନିଭୃତ ରାସସ୍ଥଳ ରାଧା କୃଷ୍ଣ ଯୁଗଳ",
          "ଆହା ସେ ଅପ୍ରାକୃତ ପ୍ରେମାନନ୍ଦ ଲହରୀ",
          "(ପଡ଼ି)",
          "ଯମୁନା ନଳିନ ବନର ପବନ",
          "ମଞ୍ଜୁ କାନନର ମଧୁପ ଗୁଞ୍ଜନ",
          "ଜାଈ ଜୂଈ ମଲ୍ଲୀ ମୃଦୁଳ ଶୟନ",
          "ରାଈ କୋଳେ ବିଜେ ନିଜେ ବେଣୁଧାରୀ"
        ]
      },
      {
        "n": 3,
        "lines": [
          "ଗୁଣୁ ଗୁଣୁ ଗୁଣୁ ସ୍ୱରେ ଭ୍ରମରପୁଞ୍ଜ",
          "ଗୁଞ୍ଜନ୍ତି ଉଚ୍ଚେ ଝଙ୍କାରି ।",
          "ନାଚିଲେ ସଖୀକୁଳ ପ୍ରେମେ ହୋଇ ବିହ୍ୱଳ",
          "ଗାଇ ମଙ୍ଗଳଗୀତ ବିବିଧ ଛନ୍ଦ ଭରି",
          "(ପଡ଼ି)",
          "ବିଲୋକି ସେ ବିଭା କାହା ମନ ଲୋଭା",
          "ନୋହିବ ଗୋ କହ ଗାନ ନୃତ୍ୟ ଶୋଭା",
          "ଆଳିକୁଳ ମିଳି ଦେଲେ ହୁଳହୁଳି",
          "ସୁରେ ଗଲା ଥରି"
        ]
      },
      {
        "n": 4,
        "lines": [
          "ଚିନ୍ମୟ ଚିଦ୍ଘନ ରସମୟ ଶ୍ରୀକୃଷ୍ଣ",
          "ରାଧା ଆହ୍ଲାଦ ବଲ୍ଲରୀ ।",
          "କୋଟି ଜନ୍ମର ପାପ ହୋଇଗଲା ନିର୍ବାପ",
          "ଦେଖି ପ୍ରଣବ ରୂପ ଜୀବ ପରମ ପରି",
          "(ପଡ଼ି)",
          "ଶ୍ୟାମଳ ଗଉର ଜ୍ୟୋତି ମନୋହର",
          "ମିଳିଲା ଯେପରି ହୋଇ ଏକାକାର",
          "ଦେଖି ଦରଶକ ହାରିଲେ ବିବେକ",
          "ଦିବସ ଯାମିନୀ ନ ପାରିଲେ ବାରି"
        ]
      },
      {
        "n": 5,
        "lines": [
          "ଭାବେ ଉଦ୍ଭ୍ରାନ୍ତ ତାରିଣୀ ଧନ୍ୟା ଗୋପିନୀ",
          "ଆହ୍ଲାଦ ହିଲ୍ଲୋଳେ ଖେଳି ।",
          "ବ୍ରହ୍ମା ଦେବ ଶଙ୍କର ଧ୍ୟାନେ ଯେ ଅଗୋଚର",
          "ଆଜି ସେ ଉଭା ବ୍ରଜେ ନିତ୍ୟ ଲୀଳା ଆଚରି",
          "(ପଡ଼ି)",
          "ଯା ଦର୍ଶନ ଘେନି ଯୋଗୀ ମୁନି ଋଷି",
          "ନ ଲଭନ୍ତି କଳ୍ପ କଳ୍ପ ଯୋଗେ ବସି",
          "ଶ୍ରୀ ରାଧା ଗୋବିନ୍ଦ ସେବା ପ୍ରେମାନନ୍ଦ",
          "ଲଭିଲେ ଗୋପୀଏ ନିଜ ଜନ ସରି"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/aha-kisora-kisori-ragabati-tarini-patra/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
