{
  "id": "oa-gita-000102",
  "name": {
    "en": "Aja sri gostha chandrama",
    "or": "ଆଜ ଶ୍ରୀ ଗୋଷ୍ଠଚନ୍ଦ୍ରମା"
  },
  "composer": "oa-person-000001",
  "mula_raga": [
    "oa-raga-000045"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/aja-sri-gostha-chandrama/"
    },
    "stanzas": [
      {
        "n": 0,
        "lines": [
          "ଆଜ ଶ୍ରୀ ଗୋଷ୍ଠଚନ୍ଦ୍ରମା ସାଜିବା ସଜ",
          "କେବେ ମୁଁ ଦେଖି ନାହିଁ ମା",
          "କୋଟି ସ୍ମର ସୁଷମା ନୟନ ସୁଖସୀମା",
          "ଆହା ସେ ମଧୁରିମା ନାହିଁ ଆଉ ଉପମା"
        ]
      },
      {
        "n": 1,
        "lines": [
          "(ପଡ଼ି)",
          "କି ସୁନ୍ଦର ବେଣୀ ବ୍ୟାଳ ରତନସାରେ ମଞ୍ଜୁଳ",
          "ଅରାଳ ଶିଖଣ୍ଡଚୂଳ ରାଜିତ ମାଳତୀ ମାଳ",
          "କୁଟିଳ ନୀଳ କୋମଳ ନିଟିଳ ଚୂର୍ଣ୍ଣ କୁନ୍ତଳ",
          "ମଣ୍ଡିତ କମଳ କୋଳ ଶିଶୁ ମଧୁବ୍ରତ ଜାଳ"
        ]
      },
      {
        "n": 2,
        "lines": [
          "ମାରଧନୁ ଭୂରୁଲତା ମଧ୍ୟେ ଗୋରଚନା ଚିତା",
          "ଚାହିଁଲେ କେଉଁ ବନିତା ରହିବକି ତାର ଚେତା",
          "ନାସାର ନୂଆ ମୁକୁତା ହା କୁଣ୍ଡଳ ଆନ୍ଦୋଳିତା",
          "ଗଣ୍ଡସ୍ଥଳ ସୌଷ୍ଠବତା ଭଲା ଗଢ଼ିଲା ବିଧାତା"
        ]
      },
      {
        "n": 3,
        "lines": [
          "ଥାଉ ଆଉ ଭୂଷାଯାକ କର୍ଣ୍ଣାଂଶେ ମଲ୍ଲୀସ୍ତବକ",
          "ହୃଦୟର ଗଇରକ ହଜାଇ ଦେଲା ବିବେକ",
          "ଅଳି ସହ ବନଶ୍ରକ ହାରାବଳୀର ପଦକ",
          "କଟିର ପୀତ ଅଂଶୁକ ସ୍ଥିର ଚପଳା ଝଟକ"
        ]
      },
      {
        "n": 4,
        "lines": [
          "ଛନ୍ଦାଚରଣ ଯୁଗକୁ ମର୍କତ ଭୁଜାର୍ଗଳକୁ",
          "ବଂଶୀ ନ୍ୟାସ ଅଧରକୁ କି କଳନା ଚିବୁକକୁ",
          "କେଣେ ଗଲି ଯମୁନାକୁ ଚାହିଁଲି ନୀପମୂଳକୁ",
          "ଲଭିଲି ଜଡ଼ ରୂପକୁ ପାସୋରି ଦେଲି ଦେହକୁ"
        ]
      },
      {
        "n": 5,
        "lines": [
          "ଗୋପାଳକୃଷ୍ଣ ଭାଷିଲା ବେଳ ଅବସାନ ହେଲା",
          "ଏବେ ଜରତୀ ଡାକିଲା ସମୟ ଆସି ପାହିଲା",
          "ବୋଲୁ ସ୍ମରଣା ହୋଇଲା ପୁରକୁ ଯିବି ବୋଇଲା",
          "ବେଳେ ପଦ ଜୁଳି ହେଲା ମନ ଆଉ ନ ଆସିଲା"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/aja-sri-gostha-chandrama/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
