{
  "id": "oa-gita-000126",
  "name": {
    "en": "Kala kusala re sate kahila ki",
    "or": "କଳାକୁଶଳାରେ ସତେ କହିଲା କି"
  },
  "composer": "oa-person-000002",
  "mula_raga": [
    "oa-raga-000060"
  ],
  "mula_tala": [
    "oa-tala-000006"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/kala-kusalare-sate-kahila-ki-kalakusala-re/"
    },
    "stanzas": [
      {
        "n": 0,
        "lines": [
          "କଳାକୁଶଳା ରେ ସତେ କହିଲା କି ସଖୀ",
          "ତୋ ବିନା ମୋ ସ୍ନେହ ଆନେ ଥିଲା ପରି ଦେଖି"
        ]
      },
      {
        "n": 1,
        "lines": [
          "ନୂତନାମ୍ବୁଦ ମଣ୍ଡଳୀକି କି ଚାତକାଣ୍ଡଜ ତେଜଇ",
          "ଭୂତଳେ ସରସୀଜଳେ ନିକି ତା ତୃଷା ଭାଜଇ",
          "ସ୍ୱର୍ଣ୍ଣଦୀକୃତ ହଂସ କି କୂପକେଳିକି ସାଜଇ",
          "ଏ କର କି ଆନ ନାରୀ ଚିବୁକେ ବାଜଇ"
        ]
      },
      {
        "n": 2,
        "lines": [
          "ତୋ କୃପାତରୁ ମୋ ମଦୋନ୍ନତ ଶାଖିମୌଳି ନ ମାଇଲା",
          "କୌତୁକେ ରଚିବାର ପାଟବ ମୋ ପରା ଜନ ମାଇଲା",
          "ମାନସେ ଅନୁମାନ ସେ ପରିହାସିନୀ ଜନ ମାଇଲା",
          "ପଙ୍କଜବାନ୍ଧବେ ତ କଳଙ୍କ ଜନମାଇଁଲା"
        ]
      },
      {
        "n": 3,
        "lines": [
          "ତଥ୍ୟ ମାନି ଅତଥ୍ୟ ଭାଷି ତ ପୋତନା ମୁଖ ମାନରେ",
          "ବାହାକୁ ପ୍ରବଳାଇ ଦେ ପରିରମ୍ଭବୈଭବ ଦାନରେ",
          "ତୋଷ ମୋ ରସନାକୁ ତୋ ମଧୁରାଧରାମୃତ ପାନରେ",
          "ରସ ଧନ ମଦନମର୍ଦ୍ଦନ ବିଧାନରେ"
        ]
      },
      {
        "n": 4,
        "lines": [
          "ରାସରଙ୍ଗିନୀ ଆସ ସୁନ୍ଦରୀ ହାସକୁନ୍ଦ ବିକାଶରେ",
          "ବାସବାଶ୍ରୟ ବାସ ଭାଗ୍ୟ ବିଳାସ ଦେ ନ ବିନାଶରେ",
          "ଭାସମାନ ଜବାଧରା କି ନିରାଶରେ ନିଜ ଦାସରେ",
          "ଅନ୍ତରାୟ ନ ରଚ ମୋ ସୁଖାଭିଳାଷରେ"
        ]
      },
      {
        "n": 5,
        "lines": [
          "ଆଧିକାତର ନନ୍ଦନନ୍ଦନ ଚାରୁପାଟବ ବାଣୀରେ",
          "ରାଧିକା ସୁଗୁଣାଧିକା ସ୍ୱକପୋଳକୁ ନିଜ ପାଣିରେ",
          "ଛାଡ଼ିଲେ ରଖିବାର ମାନସମୋହନ ସ୍ମିତ ଠାଣିରେ",
          "ବନ୍ଦେ ଅଷ୍ଟଦୁର୍ଗନାଥ ଲୁଠି ଧରଣୀରେ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/kala-kusalare-sate-kahila-ki-kalakusala-re/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
