{
  "id": "oa-gita-000140",
  "name": {
    "en": "Chahinbu jebe syama dyutiki re",
    "or": "ଚାହିଁବୁ ଯେବେ ଶ୍ୟାମ ଦ୍ୟୁତିକି ରେ"
  },
  "composer": "oa-person-000002",
  "mula_raga": [
    "oa-raga-000064"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/chahinbu-jebe-syama-dyutiki-re/"
    },
    "stanzas": [
      {
        "n": 0,
        "lines": [
          "ଚାହିଁବୁ ଯେବେ ଶ୍ୟାମ ଦ୍ୟୁତିକି ରେ",
          "କାହିଁ ହଜାଇ ଦେବୁ ମତିକି ରେ",
          "ନାହିଁ ବୋଲିବା କଥା ଜାଣିବୁ କି ସର୍ବଥା",
          "ଆଉ କି ସମ୍ଭାଳିବୁ ଧୃତିକି ରେ"
        ]
      },
      {
        "n": 1,
        "lines": [
          "ଏ ନଗରେ ଏଣିକି ଭ୍ରମେ ଚୁମ୍ବିବ ନିକି",
          "ସତୀ ଏ ଦୁଇବର୍ଣ୍ଣ ଶ୍ରୁତିକି ରେ",
          "ସତେ ପ୍ରାଣମିତ ରେ ତା ସେବାରୁ ଇତରେ",
          "ଯୁବତୀ ଜନମକୁ ଗତି କି ରେ"
        ]
      },
      {
        "n": 2,
        "lines": [
          "ଯେବେ ସେ ହେବ କୋଳେ କଳାବତୀ ମଣ୍ଡଳେ",
          "ନ ଟେକିବୁ କି ଶ୍ୱେତଛତିକି ରେ",
          "ଚୁମ୍ବିଲେ ତା ବଦନକଞ୍ଜଟି ଗୁରୁଜନ",
          "ଗଞ୍ଜନ ଲଭିଲେହେଁ କ୍ଷତି କି ରେ"
        ]
      },
      {
        "n": 3,
        "lines": [
          "ଭବନ ମଣି ବିଷ ସେ ନବଯୁବା ପାଶ",
          "ରବିନନ୍ଦନା ତୀର କ୍ଷିତିକି ରେ",
          "କି ସୁଖ ଇନ୍ଦ୍ର ଅଙ୍କେ ନନ୍ଦନରେ ନିଃଶଙ୍କେ",
          "ଆରୋହିଲେ ଆଭ୍ରମୁପତିକି ରେ"
        ]
      },
      {
        "n": 4,
        "lines": [
          "ଅବା ତା ପଥେ ଯିବା ଜାଣି କଳପି ଥିବା",
          "ତା ପଛେ ଯେତେ ପରାଭୂତିକି ରେ",
          "ମୋହନ ସ୍ମିତ ଅବଲୋକେ ପାଶୋର ଯିବ",
          "ନ ଆଚରିବ କି ବିନତିକି ରେ"
        ]
      },
      {
        "n": 5,
        "lines": [
          "ଶୁଣି ଶ୍ରୀ ଠାକୁରାଣୀ ଚିତ୍ର ମଣିଲେ ଜାଣି",
          "ନ ଥିଲା ପରି ହରିପ୍ରୀତିକି ରେ",
          "ସେକାଳେ ଦୁଇ ସଖୀ କୃପା କଲେ ସୁମୁଖୀ",
          "ମୁକୁନ୍ଦଦେବ ଗଜପତିକି ରେ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/chahinbu-jebe-syama-dyutiki-re/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
