{
  "id": "oa-gita-000145",
  "name": {
    "en": "Tentare jani jani padili re",
    "or": "ତେଣ୍ଟାରେ ଜାଣି ଜାଣି ପଡ଼ିଲି ରେ"
  },
  "composer": "oa-person-000002",
  "mula_raga": [
    "oa-raga-000001"
  ],
  "mula_tala": [
    "oa-tala-000003"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/tentare-jani-jani-padili-re/"
    },
    "stanzas": [
      {
        "n": 0,
        "lines": [
          "ତେଣ୍ଟାରେ ଜାଣି ଜାଣି ପଡ଼ିଲି ରେ",
          "ଘଣ୍ଟାରବ ପଥ ମୁଁ ଛାଡ଼ିଲି ରେ",
          "କଣ୍ଟା ନିରୁଦ୍ଧ ଘାଟୀ ସଞ୍ଚାର କ୍ଳେଶ ଧାଟୀ",
          "ବଣ୍ଟା ନେବି ମୁଁ ବୋଲି ଅଡ଼ିଲି ରେ"
        ]
      },
      {
        "n": 1,
        "lines": [
          "ମରୀଚ ଘନସାର ଉପଳ କ୍ଷୀରସର",
          "ବିନା ତ ପିଚୁମର୍ଦ୍ଦ ଲୋଡ଼ିଲି ରେ",
          "ହଟ୍ଟକୁଟ୍ଟିମ ମୂର୍ଦ୍ଧସ୍ଥଳ ଖେଳ ସଂଶ୍ରଦ୍ଧ",
          "ନୋହି ଦୁର୍ଗନ୍ଧ ଗର୍ଭେ ବୁଡ଼ିଲି ରେ"
        ]
      },
      {
        "n": 2,
        "lines": [
          "ଦେବ ପ୍ରାସାଦ ମତି ଜନମିବାରୁ ନିତି",
          "ବଲ୍ମୀକ ଦେଖି କର ଯୋଡ଼ିଲି ରେ",
          "କର୍ମଠ ଧର୍ମଦକ୍ଷ ସାକ୍ଷର ବିପ୍ରମୁଖ୍ୟ",
          "ନିତ୍ୟନିବାସ ବେଶ ପୋଡ଼ିଲି ରେ"
        ]
      },
      {
        "n": 3,
        "lines": [
          "ଜମ୍ଭାରାତି ପ୍ରେରିତ ଦମ୍ଭୋଳି ଦୃଢ଼ାଘାତ",
          "ବଞ୍ଚାଇବାକୁ ଛାତି ଆଡ଼ିଲି ରେ",
          "ସମ୍ଭାଳିବାକୁ ବଳ ନୋହିବାରୁ କେବଳ",
          "କରତଳେ କପାଳ ତାଡ଼ିଲି ରେ"
        ]
      },
      {
        "n": 4,
        "lines": [
          "ହଂସୁଲି ତୂଳିତଳ୍ପ ପାସୋରି ଦେଇ ଅଳ୍ପ",
          "ଲୋକଙ୍କ ପରି ତଳେ ଗଡ଼ିଲି ରେ",
          "ରାଧାରମଣ ଘନଶ୍ୟାମ ବୋଲିବା ଜନ",
          "ଦେଖି ସକ୍ରୋଧେ ଦନ୍ତ ଭିଡ଼ିଲି ରେ"
        ]
      },
      {
        "n": 5,
        "lines": [
          "ସମ୍ଭାଷଣ ନ କଲି ରମ୍ଭାସଦୃଶ ବଲ୍ଲୀ",
          "-ଦେହାକୁ ଦୂରୁଁ ଦେଖି ତଡ଼ିଲି ରେ",
          "ଚାଟୁ ଗିରେ ଆଶ୍ୱାସି ଜରତି ବହିର୍ଦାସୀ",
          "-ମାନଙ୍କ ଅଙ୍କସ୍ଥଲେ ଜଡ଼ିଲି ରେ"
        ]
      },
      {
        "n": 6,
        "lines": [
          "ବନ୍ଧୁ କ୍ଷମାସରସୀ ହୋଇ ଅନ୍ୟାଭିଳାଷୀ",
          "ଅରଣ୍ୟରେ ପଶି ମୁଁ ରଡ଼ିଲି ରେ",
          "କହେ କବିଅର୍ଯ୍ୟମା ମୁଁ ଦୋଷ କଲେ କ୍ଷମା",
          "ହେବ ନାହିଁ କି ବୋଲି ବିଡ଼ିଲି ରେ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/tentare-jani-jani-padili-re/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
