{
  "id": "oa-gita-000148",
  "name": {
    "en": "Ninda na labha sakhi re",
    "or": "ନିନ୍ଦା ନ ଲଭ ସଖୀ ରେ"
  },
  "composer": "oa-person-000002",
  "mula_raga": [
    "oa-raga-000012"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/ninda-na-labha-sakhi-re-kalyana-kabisurjya/"
    },
    "stanzas": [
      {
        "n": 0,
        "lines": [
          "ନିନ୍ଦା ନ ଲଭ ସଖୀ ରେ",
          "କୁନ୍ଦସୂନ ଶରଦିନ୍ଦୁ କିରଣଗଣ",
          "ସୁନ୍ଦର ହସରୁଚି ବୃନ୍ଦ ଲଳିତମୁଖୀ ରେ"
        ]
      },
      {
        "n": 1,
        "lines": [
          "ଚିର କାଳକୁ ମୁଁ ତୋର କୁଞ୍ଜ ମନ୍ଦିର",
          "ମଣ୍ଡନ ପ୍ରିୟ କିଙ୍କର",
          "ରୋଷାବେଶେ ନିର୍ଭର ଘୋଷା ମନେ ନ ଧର",
          "ଯୋଷାମଣି ମସାରକେଶା ସାର ନ ସାର",
          "(ପଡ଼ି)",
          "ଭାଷ ଅତନୁବିଳାସ ନିଧି ପରକାଶ",
          "ରୁଚିର ବିକାଶ ମଦହର ହାସ",
          "ନବ ନବ କାଶଯୁତ ରଦହାସ",
          "-ବତୀ ନିଜ ଦାସ ସଦୃଶ ଜନେ"
        ]
      },
      {
        "n": 2,
        "lines": [
          "ମଥା ନୁଆଇଁ ନ ବସ ଦୁଃଖେନ ମଜ୍ଜି",
          "ନ ଯାଉ ନିଶା ଦିବସ",
          "ଆଲିଙ୍ଗନରେ ରସ ନାଳିକ ନିଭ ବାସ",
          "ଅଙ୍ଗନୀ ନ ପ୍ରକାଶ ଦାସନାଶ ଅଯଶ",
          "(ପଡ଼ି)",
          "ବାରିରୁହ ପରିହାରୀ ନୟନରୁ",
          "ଚାରି ପ୍ରହରେ ଯେ ବାରି ଜନମୁଛି",
          "ନାରୀମଣିକି ବିଚାରି ସବୁ ସୁଖ",
          "ସାରି ଥାରି ହେବି ମୁଁ କେହି"
        ]
      },
      {
        "n": 3,
        "lines": [
          "ତେଡ଼େ ପୀରତି ପାସୋରି କିଶୋରୀବର",
          "ବିହିଲୁ ଯା ଏତେ ସରି",
          "ଘେନିଲୁ ପର ପରି ପାରୀନ୍ଦ୍ର ମଧ୍ୟା ଗୋରୀ",
          "ନାରୀନ୍ଦ୍ର ଧରାଶିରୀ ଶିରୀଷ ସୁକୁମାରୀ",
          "(ପଡ଼ି)",
          "ଢାଳ ପୃଥୁଳ ବିଶାଳ ରୁଚି ହରି",
          "-ତାଳ ସୁଘଟିତ ତାଳସ୍ତନୀରେ",
          "କଟାଳ ନ କରଟି କାଳ ପୁରୁଷ",
          "କରାଳ ସ୍ମରକରବାଳ ବଦନେ ଦେଇ"
        ]
      },
      {
        "n": 4,
        "lines": [
          "ଶୁଣି ଶ୍ରୀମତୀ ହସିଲେ ଶ୍ରୀ ଜଗଦ୍ଦେବ",
          "ଧରଣୀନାଥ ଭାଷିଲେ",
          "ଦେହେ ଦୁହେଁ ମିଶିଲେ ଆନନ୍ଦ ବରଷିଲେ",
          "ମାରକୁ ଭରସିଲେ ତାର ଶରେ ରସିଲେ",
          "(ପଡ଼ି)",
          "ଶମ୍ବଧର ମଣି ଜମ୍ବୁନଦ ବିଧୂ",
          "-ବିମ୍ବ ଯୁଗ ଘନ ଚୁମ୍ବ ବିଭବରୁ",
          "ଶମ୍ବରପର କଳମ୍ବ ସମୁଦୟ",
          "ଡମ୍ବର ଦଳିଲେ ଲମ୍ବ ଚିକୁରବତୀ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/ninda-na-labha-sakhi-re-kalyana-kabisurjya/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
