{
  "id": "oa-gita-000152",
  "name": {
    "en": "Prana sajani ghena ranaku go",
    "or": "ପ୍ରାଣସଜନୀ ଘେନ ରାଣକୁ ଗୋ"
  },
  "composer": "oa-person-000002",
  "mula_raga": [
    "oa-raga-000012"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/prana-sajani-ghena-ranaku-go-kalyana-kabisurjya/"
    },
    "stanzas": [
      {
        "n": 0,
        "lines": [
          "ପ୍ରାଣସଜନୀ ଘେନ ରାଣକୁ ଗୋ",
          "ଆଣ ଯାଇ କିଶୋର ରାଣକୁ ଗୋ",
          "ଶାଣ ଦେଇ ମଦନ ବାଣଗଣରେ ପୁଣ",
          "ଜାଣ ନେବଟି ଆଜ ପ୍ରାଣକୁ ଗୋ"
        ]
      },
      {
        "n": 1,
        "lines": [
          "ଅକଳଙ୍କ ଶରଦ ପରବ ବିଧୁ ମଦ",
          "ଦଳନ ମୁଖ ଦରପଣକୁ ଗୋ",
          "ଦେଖାଇ ଥରେ ମୋତେ ଅଧରୁ ମଧୁ ଯେତେ",
          "ଚଖାଇ କରା ପରିତ୍ରାଣକୁ ଗୋ"
        ]
      },
      {
        "n": 2,
        "lines": [
          "ତାହାରି ଦୟାବଳ ମଣିମୟ ମଞ୍ଜୁଳ",
          "ସ୍ତମ୍ଭ ଭୁଜ ପରିରମ୍ଭଣକୁ ଗୋ",
          "ଟାକି ରହିଛି ମନ ଜାଳିଣ ଅପଘନ",
          "କରିବି ଚୁମ୍ବ ବରଷଣକୁ ଗୋ"
        ]
      },
      {
        "n": 3,
        "lines": [
          "ଦ୍ରାକ୍ଷା ମଧୁର ମଧୁ ସାକ୍ଷାତେ ଚାଟୁଗିର",
          "ବିଖ୍ୟାତ କରି ମୋ ଶ୍ରବଣକୁ ଗୋ",
          "ଭିକ୍ଷା କରେ ସୁରତ ଲକ୍ଷ ବିଧି ସବତ",
          "କକ୍ଷା କି ହେବ ସତୀପଣକୁ ଗୋ"
        ]
      },
      {
        "n": 4,
        "lines": [
          "ମଦନ ଅମଳରେ ରଦନକ କ୍ଷତରେ",
          "କଦନ ଯେତେ ଦେଇ ଟାଣକୁ ଗୋ",
          "ଭାଙ୍ଗିବା ଯାଏ ସହି ଇଙ୍ଗିତେ ଦେବି ନାହିଁ",
          "ନାହିଁ ଭଙ୍ଗୀର ଆଚରଣକୁ ଗୋ"
        ]
      },
      {
        "n": 5,
        "lines": [
          "ଅଭିନବ ମୁଦିର ଶୋଭାକୁ ତ ନଜର",
          "ଗଭୀର ସେ ହଂସର ସ୍ନାନକୁ ଗୋ",
          "କରିବା କାଳେ ଲଜ୍ଜା ବରଜି ଦେଇ ମଜ୍ଜା",
          "ହେଲାଣି ତ ମଜ୍ଜିବା ଜଣକୁ ଗୋ"
        ]
      },
      {
        "n": 6,
        "lines": [
          "ଚାରୁ ଚନ୍ଦ୍ରକଚୂଳ ଶୋଭା ନେତ୍ରଯୁଗଳ",
          "ଚାହିଁ କଲି ଚଣ୍ଡୀ ବରଣକୁ ଗୋ",
          "ଅନୁକମ୍ପା କି ହେବ ନାହିଁ କି ଜଗଦ୍ଦେବ",
          "ପିତଳର ଗୁଣାର ଶୁଣାକୁ ଗୋ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/prana-sajani-ghena-ranaku-go-kalyana-kabisurjya/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
