{
  "id": "oa-gita-000158",
  "name": {
    "en": "Mana mu karuthili ehaku go",
    "or": "ମନା ମୁଁ କରୁଥିଲି ଏହାକୁ ଗୋ"
  },
  "composer": "oa-person-000002",
  "mula_raga": [
    "oa-raga-000012"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/mana-mu-karuthili-ehaku-go/"
    },
    "stanzas": [
      {
        "n": 0,
        "lines": [
          "ମନା ମୁଁ କରୁଥିଲି ଏହାକୁ ଗୋ",
          "ଅନାନା ବୋଲି ବନରାହାକୁ ଗୋ",
          "ଅନାଦର ମୋ ଗିରେ କଲା ଯେ ଏବେ ସ୍ମରେ",
          "ଲଭିଲା ଦୁଃଖ ହେଲା କାହାକୁ ଗୋ"
        ]
      },
      {
        "n": 1,
        "lines": [
          "କୁଞ୍ଜସଞ୍ଚାରୀ ଶ୍ୟାମ ଦେବତା ପରାକ୍ରମ",
          "ଜାଣେ ବଳଇ ରତିନାହାକୁ ଗୋ",
          "ସାହାସୁଁ ସିନା ସଖୀ କି ଯୋଗେ ଦେଲା ଯୋଖି",
          "ନବନୀତେ ତପତ ଲୁହାକୁ ଗୋ"
        ]
      },
      {
        "n": 2,
        "lines": [
          "ଯେବେ ଏ ଚାନ୍ଦମୁହୀଁ ଶ୍ରବଣ ଦେଇ ନାହିଁ",
          "ନାଟୁଆ ଚାଟୁ ବଂଶୀକୁହାକୁ ଗୋ",
          "ତେଜି ହଂସୁଲି ତୂଳି କରନ୍ତା କି ସଙ୍ଖାଳି",
          "ସଲିଳ ସିଞ୍ଚା ସର୍ବଂସହାକୁ ଗୋ"
        ]
      },
      {
        "n": 3,
        "lines": [
          "ଗହବ ଚମ୍ପା ଧଣ୍ଡା ନିର୍ମିତ ଗଜଶୁଣ୍ଢା",
          "ଦଣ୍ଡକୁ ନିନ୍ଦି ଚାହିଁ ଯାହାକୁ ଗୋ",
          "ବିଶେଷେ ବିସନାଳ ଦିଶିଲାଣି ପୃଥୁଳ",
          "ଆଉ କାହିଁଛି ସେହି ବାହାକୁ ଗୋ"
        ]
      },
      {
        "n": 4,
        "lines": [
          "କଳା କେଶରୀ ବାଳୀ ଧୃତି ଦନ୍ତୀକୁ ଦଳି",
          "ଦେଲାଣି ଆସି ମନ ଗୁହାକୁ ଗୋ",
          "ଥରକେ ଯେବେ ଲୋକ ନୋହିଲା ଜାଗରୁକ",
          "କହିବା କେତେ ତୁହାତୁହାକୁ ଗୋ"
        ]
      },
      {
        "n": 5,
        "lines": [
          "କବିମିହିର ରାୟଗୁରୁ କହଇ ଭୟ",
          "ଲାଗୁଛି ଦେଖି ଚିତ୍ତେ ଏହାକୁ ଗୋ",
          "ଜାଣିପାରିଲେ କଂସ ପେଷି କରିବ ଧ୍ୱଂସ",
          "ଜଟିଳାସୁତ ଘରବୁହାକୁ ଗୋ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/mana-mu-karuthili-ehaku-go/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
