{
  "id": "oa-gita-000237",
  "name": {
    "en": "He mandara dhara kandarpa sundara",
    "or": "ହେ ମନ୍ଦରଧର କନ୍ଦର୍ପସୁନ୍ଦର"
  },
  "composer": "oa-person-000001",
  "mula_raga": [
    "oa-raga-000080"
  ],
  "mula_tala": [
    "oa-tala-000002"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/he-mandara-dhara-kandarpa-sundara/"
    },
    "stanzas": [
      {
        "n": 0,
        "lines": [
          "ହେ ମନ୍ଦରଧର କନ୍ଦର୍ପସୁନ୍ଦର",
          "ତୁମ୍ଭଙ୍କୁ ସୁନ୍ଦର ଏ ହେଲା କି",
          "ଅବଳା ମାରଣ ବିଦ୍ୟାଟିକି କାହୁଁ",
          "ଶିଖିଥିଲ ହଠ କଉତୁକୀ"
        ]
      },
      {
        "n": 1,
        "lines": [
          "ତୁମ୍ଭ ଲାଗି ମୋର ଜୀବନସଙ୍ଗିନୀ",
          "ହୋଇଲାଟି ଆହା କି ଦୁଃଖଭାଗିନୀ",
          "ହେବାରୁ ନବୀନା ପ୍ରୀତି ସୋହାଗିନୀ",
          "ତାର ପ୍ରତିଫଳ ଏହି ନିକି"
        ]
      },
      {
        "n": 2,
        "lines": [
          "ଅକଥନୀୟ ତା ଦୁର୍ଦ୍ଦଶା କାହାଣୀ",
          "କହି ଆସୁଁ ମୁଖେ ନ ସ୍ଫୁରଇ ବାଣୀ",
          "ଆହା ଦେଖିଲି ଯା ଏ ମୋର କଲିଜା",
          "ହୋଇ ଯାଉଅଛି ଟିକି ଟିକି"
        ]
      },
      {
        "n": 3,
        "lines": [
          "ବିରହ ଅନଳ ତାପ ପଡ଼ୁଁ ବଳି",
          "କୋମଳ ତନୁଟି ଯାଉଅଛି ଜଳି",
          "ସେ ତୀବ୍ର ତାପ ସହନେ ଅସମର୍ଥୁଁ",
          "ମୃତ୍‌ପଙ୍କେ ଲୁଣ୍ଠଇ ବିଧୁମୁଖୀ"
        ]
      },
      {
        "n": 4,
        "lines": [
          "ତୁମ୍ଭେ ସପୁରୁଷ ଶିରୋମଣି ବୋଲି",
          "ଜଗତେ ବିଖ୍ୟାତ ପରା ବନମାଳୀ",
          "ଏବେ ନାରୀ ବଧ ବିପୁଳ କଳଙ୍କେ",
          "ସେ ସୁଖ୍ୟାତି ଲୁପ୍ତ ନୋହିବ କି"
        ]
      },
      {
        "n": 5,
        "lines": [
          "କେ କେତେ ଆଶ୍ୱାସ ଦେଇ ସଖୀଗଣ",
          "ଶାନ୍ତ କରିବା ଚେଷ୍ଟାରେ ଅନୁକ୍ଷଣ",
          "ତା ଭୀଷଣ ବେଦନାର ପରିମାଣ",
          "ଅବୋଧନୁ ସର୍ବେ ଅଶ୍ରୁମୁଖୀ"
        ]
      },
      {
        "n": 6,
        "lines": [
          "ତବ ଅଙ୍ଗ ସ୍ପର୍ଶ ପ୍ରତିଜ୍ଞାରେ ମାତ୍ର",
          "ପ୍ରାଣ ଧରି ରହିଅଛି ଏ ପର୍ଯ୍ୟନ୍ତ",
          "କହଇ ଗୋପାଳକୃଷ୍ଣ ମୁଁ ଏମନ୍ତ",
          "ଜାଣେ ଅନୁମାନେ ଅବଲୋକି"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/he-mandara-dhara-kandarpa-sundara/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
