{
  "id": "oa-gita-000266",
  "name": {
    "en": "Dinabandhu he hari jagannibasa",
    "or": "ଦୀନବନ୍ଧୁ ହେ ହରି ଜଗନ୍ନିବାସ"
  },
  "composer": "oa-person-000001",
  "mula_raga": [
    "oa-raga-000059"
  ],
  "mula_tala": [
    "oa-tala-000007"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/dinabandhu-he-hari-jagannibasa-punnaga-gopalakrusna/"
    },
    "stanzas": [
      {
        "n": 0,
        "lines": [
          "ଦୀନବନ୍ଧୁ ହେ ହରି ଜଗନ୍ନିବାସ",
          "କାହିଁ ପାଇଁ ପ୍ରଭୋ ନିରାଶ କରୁଛ",
          "ନୁହଇ କି ଭବେ ମୁଁ ତୁମ୍ଭ ଦାସ"
        ]
      },
      {
        "n": 1,
        "lines": [
          "ନିଶ୍ଚିନ୍ତରେ ବସି ନାମ ଭଜିବାକୁ",
          "ପାଉ ନାହିଁ ଲବେ ମୁଁ ଅବକାଶ",
          "ଦୁଃଖ ନିବାରଣ ବାରଣ ତାରଣ",
          "ସହାୟ ନୋହିଲେ ଗଲିଟି ଜାଣ"
        ]
      },
      {
        "n": 2,
        "lines": [
          "ଶ୍ରୀପତି ଶ୍ରୀରଙ୍ଗ ଆହେ ଶ୍ୟାମଳାଙ୍ଗ",
          "ନ ଶୁଣିବ ଯେବେ ମୋ ଦୈନ୍ୟଭାଷ",
          "ତୁମ୍ଭ ବ୍ୟତିରେକେ ଅଛି ବା ଆଉ କେ",
          "ଜଣାଇବି ଦୁଃଖ ମୁଁ କାହା ପାଶ"
        ]
      },
      {
        "n": 3,
        "lines": [
          "ମାଗୁ ନାହିଁ ଧନ ଜନ ବଡ଼ପଣ",
          "ମାଗୁଛି କେବଳ ଶ୍ରୀ ବ୍ରଜେ ବାସ",
          "ସାଧୁ ସଙ୍ଗେ ଥାଇ ତବ ଗୁଣ ଗାଇ",
          "ଅବିରତ ହେଉଥିବି ଉଲ୍ଲାସ"
        ]
      },
      {
        "n": 4,
        "lines": [
          "ହେ ରାଧାରମଣ ଶରଣ ରକ୍ଷଣ",
          "ଅକାରଣ ନୋହୁ ମୋ ଅଭିଳାଷ",
          "ଗଲା ବେଳେ ଜୀବ ତୁଣ୍ଡ ଉଚ୍ଚାରିବ",
          "ହା ରାଧା ଗୋବିନ୍ଦ କୁଞ୍ଜ ବିଳାସ"
        ]
      },
      {
        "n": 5,
        "lines": [
          "ଷଡ଼ରିପୁଙ୍କର ଦାଉ ଭୟଙ୍କର",
          "ଯେ ଯା ମାର୍ଗେ ଟାଣି ଦେଖାନ୍ତି ତ୍ରାସ",
          "ଏକକୁ ଆରେକ ଦର୍ପୀ ଅତିରେକ",
          "ଜରା ବସିଛି କରିବାକୁ ଗ୍ରାସ"
        ]
      },
      {
        "n": 6,
        "lines": [
          "ଏ ସର୍ବ ବିପଦୁଁ ରଖ ଭକ୍ତବନ୍ଧୁ",
          "ଅନ୍ତର୍ଯ୍ୟାମୀ ନାଥ ହେ ପୀତବାସ",
          "ହଂସଜ ଢଗରେ ଆସି ମୋ ଆଗରେ",
          "ଅନ୍ତଃକାଳେ ଗଳେ ନ ଦେବେ ପାଶ"
        ]
      },
      {
        "n": 7,
        "lines": [
          "ଶ୍ରୀ ଗୁରୁ ପ୍ରଦତ୍ତ ଦେହ ପାଇ ନିତ୍ୟ",
          "ଧାମେ ଚଳିଯିବି ସେବା ସକାଶ",
          "ଗୋପାଳକୃଷ୍ଣର ଏ ପ୍ରାର୍ଥନା ଗିର",
          "ବ୍ୟର୍ଥ ନୋହୁ ହର ଅନ୍ତର ପ୍ରାଶ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/dinabandhu-he-hari-jagannibasa-punnaga-gopalakrusna/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
