{
  "id": "oa-gita-000281",
  "name": {
    "en": "Syamaku nuhe pasori",
    "or": "ଶ୍ୟାମକୁ ନୁହେଁ ପାସୋରି"
  },
  "composer": "oa-person-000026",
  "mula_raga": [
    "oa-raga-000087"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/syamaku-nuhe-pasori-jayasri-banamali/"
    },
    "stanzas": [
      {
        "n": 0,
        "lines": [
          "ଶ୍ୟାମକୁ ନୁହେଁ ପାସୋରି",
          "ଶ୍ୟାମ ନାଚିଲା ମୋର ନୟନେ ଦିବା ଶର୍ବରୀ",
          "(ପଡ଼ି)",
          "ପ୍ରୟାଗରେ ଯେଉଁ ଜନ କରିଥିବଟି ମଜ୍ଜନ",
          "ସେ ସିନା ତା ପରିଜନ ହେବାକୁ ହେବ ଭାଜନ"
        ]
      },
      {
        "n": 1,
        "lines": [
          "ଗୋକୁଳ ନରେନ୍ଦ୍ର ସୂନୁ ସୁଷମା ନ ଗଲା ମନୁ",
          "କି ଅବା ଧରିଛି ତନୁ ଫୁଲଧନୁ",
          "(ପଡ଼ି)",
          "ନାଗରରାଜ ବଦନ ଚାନ୍ଦ ଆନନ୍ଦସଦନ",
          "ବାରେ ଯେ ଦେଖିଛି ଧନ୍ୟ",
          "ସେହି ତ ତାଙ୍କୁ ଚାହିଁ ତ ପଛେ ଯେହି ତ",
          "ହସନ୍ତୁ ଚିନ୍ତା ନାହିଁ ତ"
        ]
      },
      {
        "n": 2,
        "lines": [
          "ଯାଉଥିଲି ଯମୁନାକୁ କଦମ୍ବ ମୂଳରେ ତାଙ୍କୁ",
          "ଚାହିଁଦେଲି ଅଳ୍ପନାକୁ ଚେତନାକୁ",
          "(ପଡ଼ି)",
          "ହଜାଇ ଅଇଲି ସହି ମଦନେ ହେଉଛି ଦହି",
          "କେହି ଆଉ ନ ଦିଶଇ",
          "ତା ବିନା ମୁଁ ତ ନବୀନା କୁଳଲଳନା",
          "ସହିହେବ କି ମାର ବେଦନା"
        ]
      },
      {
        "n": 3,
        "lines": [
          "ଏଡ଼ିକି କରି କହୁଛି ଶିବଙ୍କୁ ସେବା ମୂରୁଛି",
          "ଧାଇଁବେ ସ୍ୱର୍ଗରୁ ଶଚୀ ଇନ୍ଦ୍ରେ ମୂର୍ଚ୍ଛି",
          "(ପଡ଼ି)",
          "ମୋ ଧଇର୍ଯ୍ୟ କେଡ଼େ କହ ଅନାଇଁ ହୋଇଲି ମୋହ",
          "କେମନ୍ତେ ଧରିବି ଦେହ",
          "ଏଣିକି ବେନୁପାଣିକି ଚିତ୍ତ ଜାଣିକି",
          "ମୋତେ କେ ଦେବ ଆଣିକି"
        ]
      },
      {
        "n": 4,
        "lines": [
          "ଧଇର୍ଯ୍ୟ ନାଶିଲେ ଶ୍ୟାମ ନାଶିଲେ କୁଳଧରମ",
          "କଲି ମୁଁ କେଡ଼େ କରମ ହେଲି ଭ୍ରମ",
          "(ପଡ଼ି)",
          "ବୋଧି ବନମାଳୀ କହେ ମୋହନକୁ ଯେହୁ ଧ୍ୟାୟେ",
          "ଦାରୁଣ ଦଶାକୁ ଦେହେ",
          "ମଣ୍ଡଇ ରିପୁ ଖଣ୍ଡଇ ସ୍ମର ଦଣ୍ଡଇ",
          "ନିଶ୍ଚେ ତାପକୁ ମଣ୍ଡଇ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/syamaku-nuhe-pasori-jayasri-banamali/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
