{
  "id": "oa-gita-000341",
  "name": {
    "en": "Bandhu kali ki durbicharaku re",
    "or": "ବନ୍ଧୁ କଲି କି ଦୁର୍ବିଚାରକୁ ରେ"
  },
  "composer": "oa-person-000002",
  "mula_raga": [
    "oa-raga-000002"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/bandhu-kali-ki-durbicharaku-re/"
    },
    "stanzas": [
      {
        "n": 0,
        "lines": [
          "ବନ୍ଧୁ କଲି କି ଦୁର୍ବିଚାରକୁ ରେ",
          "ବର୍ଜିଲି ଖଣ୍ଡ ଅର୍ଜ୍ଜି ଖାରକୁ ରେ",
          "ଅକ୍ଷରେ ନ ଜାଣିବା ମୂରୁଖ ପରି ନିଜ",
          "ବକ୍ଷରେ ଲକ୍ଷ୍ୟ କଲି ଶରକୁ ରେ"
        ]
      },
      {
        "n": 1,
        "lines": [
          "ସମ୍ପାଦି ଗୁଞ୍ଜ ଆଣି ମୁଁ ଫିଙ୍ଗିଦେଲି ପାଣି",
          "ବନ୍ତ ବର୍ତ୍ତୁଳ ମୋତିହାରକୁ ରେ",
          "ଚଢ଼ାଇଦେଲି ଚାରୁତର ଚନ୍ଦନ ତରୁ",
          "ମୂଳେ କର୍କଟୀଲଟୀ ଛାରକୁ ରେ"
        ]
      },
      {
        "n": 2,
        "lines": [
          "ଶ୍ୱପଚ ଗ୍ରାମ ମଝି କୂପରେ ବୁଝି ବୁଝି",
          "କଲି ସ୍ନାନାଦି ବ୍ୟବହାରକୁ ରେ",
          "ନ କଲି ମନୋରଥ ପଥରେ ଭଗୀରଥ",
          "ନୃପନନ୍ଦନା ନୀରଧାରକୁ ରେ"
        ]
      },
      {
        "n": 3,
        "lines": [
          "ଟେକି ଠୁକିଲି ଲୋଷ୍ଟ୍ର ସର୍ବ ସୁପର୍ବ ଶ୍ରେଷ୍ଠ",
          "ଚନ୍ଦ୍ରଚୂଳ ଦେଉଳ ଦ୍ୱାରକୁ ରେ",
          "ଯବନ ଜାତି ଶବ ଭବନ ହେବା ଗ୍ରାମ",
          "କୂଟକୁ କଲି ନମସ୍କାରକୁ ରେ"
        ]
      },
      {
        "n": 4,
        "lines": [
          "ଅତିଭାଗ୍ୟୁ ଅର୍ଜିତ ଉର୍ବଶୀ ଊରୀକୃତ",
          "ଆଶ୍ଳେଷୁ ଛାଡ଼ି ଅଙ୍ଗୀକାରକୁ ରେ",
          "ବାନରୀ ନେତ୍ରପ୍ରାନ୍ତ ବତାଇବା ସଙ୍କେତ",
          "ସ୍ଥଳକୁ କଲି ଅଭିସାରକୁ ରେ"
        ]
      },
      {
        "n": 5,
        "lines": [
          "ଶିଳାଶୟନୁ ଡର ନ ଥିବା ଗଉଡ଼ର",
          "ନିମନ୍ତେ ରଖି ତୁଳି ସାରକୁ ରେ",
          "ଶିରୀଷ ସୁକୁମାର ମହାରାଜ କୁମାର",
          "କନ୍ଧରେ ବୁହାଇଲି ଭାରକୁ ରେ"
        ]
      },
      {
        "n": 6,
        "lines": [
          "ଚିର ଅଭ୍ୟସ୍ତ ଶସ୍ତ ସଂସ୍କୃତ କରି ଅସ୍ତ",
          "ବସି ଘୋଷିଲି ଶଶୀଠାରକୁ ରେ",
          "ନ ଭଜି ଚକ୍ରାୟୁଧ ତରିବି ବୋଲି ଶଧ",
          "କଲି ସଂସାର ଅକୂପାରକୁ ରେ"
        ]
      },
      {
        "n": 7,
        "lines": [
          "କବିମିହିର ବୋଲେ ଏପରି ହେଲେ ହେଲେ",
          "କ୍ଷମା ଉଚିତ ପରିଚାରକୁ ରେ",
          "ଦୋଷ ମୁଁ କରିଅଛି ଲଙ୍ଘିଲେ ଯେବେ କିଛି",
          "ତୋତେ ପଣ୍ଡିତା ଅଗ୍ରଗାରକୁ ରେ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/bandhu-kali-ki-durbicharaku-re/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
