{
  "id": "oa-gita-000449",
  "name": {
    "en": "Bichitra besa manjula re",
    "or": "ବିଚିତ୍ର ବେଶ ମଞ୍ଜୁଳା ରେ"
  },
  "composer": "oa-person-000002",
  "mula_raga": [
    "oa-raga-000045"
  ],
  "mula_tala": [
    "oa-tala-000008"
  ],
  "kabya": {
    "id": "oa-kabya-000001",
    "section": {
      "en": "Antastha Ba Patala",
      "or": "ଅନ୍ତସ୍ଥ ବ ପଟଳ"
    }
  },
  "song_type": "champu",
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/bichitra-besa-manjula-re-ba-champu-kabisurjya-arabhi/"
    },
    "stanzas": [
      {
        "n": 1,
        "lines": [
          "ବିଚିତ୍ର ବେଶ ମଞ୍ଜୁଳା ରେ ବାଳା ବିବିଧ ଚାତୁରୀଶୀଳା",
          "ବିଭାବରୀ ଅର୍ଦ୍ଧେ ଏକାକୀ ଏକାକୀ ହୋଇ ରଚୁ ଫୁଲତୋଳା",
          "ବିଳାସ କୁଶଳାରେ",
          "ବଲ୍ଲୀ ନିଳୟ ବିହାର ଲୋଳା"
        ]
      },
      {
        "n": 2,
        "lines": [
          "ବାଳକାଳୁ ବାସ ପରି ରେ ବାଳା ବଞ୍ଚୁଥିଲୁଁ ଅନୁସରି",
          "ବିଲକ୍ଷଣ ବନ ବିହାର ଉତ୍ସବ ବେଳେ ଯା ଦେଲୁ ପାସୋରି ରେ",
          "ବିଚାର ତ ଗୋରୀରେ",
          "ବିଶ୍ଵେ କାହିଁକି ପ୍ରୀତି ଆଚରି"
        ]
      },
      {
        "n": 3,
        "lines": [
          "ବ୍ୟସ୍ତ ହୋଇ ଚିତ୍ରମାଛି ରେ ବାଳା ବ୍ରଣଗଣ ତ ଦିଶୁଛି",
          "ବିମ୍ବାଧରୁ ନବପଲ୍ଲବ ମାନଙ୍କୁ ବାଣ୍ଟିଲୁ କି କିଛି କିଛି ରେ",
          "ବିଶ୍ଳଥ ହୋଇଛିରେ",
          "ବାସ ପିନ୍ଧିଥାଉ ପରା କାଛି"
        ]
      },
      {
        "n": 4,
        "lines": [
          "ବଲ୍ଲୀକି ଅନାଇ ଦୂରୁ ରେ ବାଳା ବାସରେ ତ ଭୟ କରୁ",
          "ବ୍ରଜେ ଆଜ ଶୁଣି ଆସିଲୁ ତୁ ପୁଣି ପ୍ରତି ରାତି ଆସି ଘରୁ ରେ",
          "ବିଜନେ ସଞ୍ଚରୁ ରେ",
          "ବଡ଼ ବିଷମ ଏ ଯା ନ ଡରୁ"
        ]
      },
      {
        "n": 5,
        "lines": [
          "ବିନୟନୟ ବସତି ରେ ବାଳା ବିମୋହନ କଳାବତୀ",
          "ବିରୂପାକ୍ଷ ଦେବ ବିପକ୍ଷକୁ ଜିଣି ଯଶେ ମଣ୍ଡିଲୁ କି କ୍ଷିତି ରେ",
          "ବଲ୍ଲବ ଯୁବତୀ ରେ",
          "ବନ୍ଦେ ଅଷ୍ଟଦୁର୍ଗ ଧରାପତି"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/bichitra-besa-manjula-re-ba-champu-kabisurjya-arabhi/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
