{
  "id": "oa-gita-000465",
  "name": {
    "en": "Sate ki bhangi kala",
    "or": "ସତେ କି ଭଙ୍ଗୀ କଲା"
  },
  "composer": "oa-person-000027",
  "mula_raga": [
    "oa-raga-000027"
  ],
  "mula_tala": [
    "oa-tala-000005"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/sate-ki-bhangi-kala/"
    },
    "stanzas": [
      {
        "n": 0,
        "lines": [
          "ସତେ କି ଭଙ୍ଗୀ କଲା",
          "ସେ ଯା ବାଙ୍କେ ଚାହିଁଲା",
          "ମନମୋହନିଆ ନବଘନ ଛଇଳା"
        ]
      },
      {
        "n": 1,
        "lines": [
          "କି କହିବି ମିତଣୀ ଗଲି ମୁଁ ନୀର ଆଣି",
          "ସେ ଶ୍ୟାମ ବେଣୁପାଣି ହୋଇ ତ୍ରିଭଙ୍ଗୀ ଠାଣି",
          "ତା କଟାକ୍ଷ ଚାହାଣୀ କାମ କଟାରୀ ଆଣି",
          "ମର୍ମ୍ମେ ମାଇଲା"
        ]
      },
      {
        "n": 2,
        "lines": [
          "ସେ କେଡ଼େ କଉତୁକୀ ଅଟନ୍ତି କି ରେ ସଖି",
          "ଇଚ୍ଛାରେ ତାଙ୍କୁଟି କି ଚିତ୍ତକୁ ଦେଲି ବିକି",
          "ବାଙ୍କଚୂଳକୁ ଦେଖି ଏ ମୋର ବେନି ଆଖି",
          "ଲାଖି ରହିଲା"
        ]
      },
      {
        "n": 3,
        "lines": [
          "ମୋ ନାମ ଧରି ହରି ବାଇହେଲେ ବାଂଶରୀ",
          "ଦମ୍ଭ ଧଇର୍ଯ୍ୟ ସାରି ବସିଲେ ସହଚରୀ",
          "ପାମର ହରଅରି ତାପରେ ହେଲି ଘାରି",
          "କି ମନ୍ତ୍ର କଲା"
        ]
      },
      {
        "n": 4,
        "lines": [
          "ଆହା ସେ ଶ୍ୟାମ ମୂର୍ତ୍ତି ଦେଖି କେଉଁ ଯୁବତୀ",
          "ହେଲେ ପତିବରତୀ ନ ଭୁଲିବ କେ ଦୂତୀ",
          "ବେଣୁଧର ବଦତି ସେ ମୋହନ ମୂରତି",
          "ମୂର୍ଚ୍ଛି ନୋହିଲା"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/sate-ki-bhangi-kala/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
