{
  "id": "oa-gita-000499",
  "name": {
    "en": "Lalita natabara muratiki",
    "or": "ଲଳିତ ନଟବର ମୂରତିକି"
  },
  "composer": "oa-person-000027",
  "mula_raga": [
    "oa-raga-000017"
  ],
  "mula_tala": [
    "oa-tala-000005"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/lalita-natabara-muratiki-ahari/"
    },
    "stanzas": [
      {
        "n": 0,
        "lines": [
          "ଲଳିତ ନଟବର ମୂରତିକି",
          "ନିରେଖି ହଜାଇ ହେଲା ଧୃତିକି ରେ",
          "କି ଶୋଭା କୋଟି ସ୍ମର ଗର୍ବହରା ଶରୀର",
          "ଉଜାଡ଼ି ଦେବ ସତୀ ଧୃତିକି ରେ"
        ]
      },
      {
        "n": 1,
        "lines": [
          "ଲପନେ ସ୍ମିତ୍ତ ହାସ ଛଣା ସୁଧା ବିକାଶ",
          "ନେତ୍ରାନ୍ତ ଖେଳା ନେବ ଜାତିକି ରେ",
          "ହେଉ ପଛକେ ପତିବରତୀ କୁଳବତୀ",
          "ତା ପ୍ରେମେ ନ ଯିବ କେ ମାତିକି ରେ"
        ]
      },
      {
        "n": 2,
        "lines": [
          "ଗେଲବସର ଚାଲି କି ରଙ୍ଗେ ଝୁଲି ଝୁଲି",
          "ଆସନ୍ତି ଫୁଲାଇଣ ମତିକି ରେ",
          "ଉପମା ସୃଷ୍ଟି ସାର ଏ ସଂସାର ବାହାର",
          "ବାସବ ନୀଳମଣି ଦ୍ୟୁତିକି ରେ"
        ]
      },
      {
        "n": 3,
        "lines": [
          "ଭ୍ରୂଲତା ଭଙ୍ଗୀ ଛଟା ଚାହିଁ କେ ସୁନ୍ଦରୀଟା",
          "ନ ଦଉଡ଼ିବ ତାଙ୍କ କତିକି ରେ",
          "ସ୍ୱପନେ ହେଲେ ସହି ରୂପ ନ ଦେଖି କେହି",
          "ନାରୀ ପାରିବ କାହିଁ ବର୍ତ୍ତି କି ରେ"
        ]
      },
      {
        "n": 4,
        "lines": [
          "ନ ଲୋଡ଼ିବ କେ ଶ୍ୟାମ ବାହୁଭିଡ଼ା କରମ",
          "ବାତୁଳୀ ହୋଇ ଦିନ ରାତିକି ରେ",
          "କହଇ ବେଣୁଧର ମିଛ ନୁହେଁ ଏ ଗିର",
          "ତାଙ୍କ ବିନା ଅଛି କେ ଗତି କି ରେ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/lalita-natabara-muratiki-ahari/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
