{
  "id": "oa-gita-000521",
  "name": {
    "en": "Utha nisi pahila ethara he bansidhara",
    "or": "ଉଠ ନିଶି ପାହିଲା ଏଥର ହେ ବଂଶୀଧର"
  },
  "composer": "oa-person-000026",
  "mula_raga": [
    "oa-raga-000058"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/utha-nisi-pahila-ethara-he-bansidhara-malabagouda-banamali/"
    },
    "stanzas": [
      {
        "n": 0,
        "lines": [
          "ଉଠ ନିଶି ପାହିଲା ଏଥର ହେ ବଂଶୀଧର"
        ]
      },
      {
        "n": 1,
        "lines": [
          "ମନ୍ଦିରେ ଡାକିଲେ ଶୁକ ବୃକ୍ଷରେ ରାବିଲେ କାକ",
          "କୁହୁ କୁହୁ ରଟେ ପିକ କୁକ୍କୁଟ ଡାକିଲେ ପରଖର ହେ"
        ]
      },
      {
        "n": 2,
        "lines": [
          "ଡାକେ ଯଶୋବନ୍ତୀ ଭାଳି ଉଠ ମୋର ବନମାଳୀ",
          "ଶ୍ରୀମୁଖ ଦେବି ପଖାଳି ଝରୀରେ ରଖିଛି ବାସ ନୀର ହେ"
        ]
      },
      {
        "n": 3,
        "lines": [
          "ଅମୃତପାଣି କଦଳୀ ଲବଣୀ ସଙ୍ଗତେ ଗୋଳି",
          "ଅଧାମ ଗୋଟିକା ପୁଳି ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସର ହେ"
        ]
      },
      {
        "n": 4,
        "lines": [
          "ଉଠ ରାମ ବାସୁଦେବ ଗୋଗୋଷ୍ଠେ ଉଛୁର ହେବ",
          "ଦଧି ଅନ୍ନ ସାଥେ ନେବ ନଦୀ କୂଳେ କରିବ ଆହାର ହେ"
        ]
      },
      {
        "n": 5,
        "lines": [
          "ବାଛୁରୀ ଚରାଇ ଯାଇ କାଲି ପଥ ଶ୍ରମ ପାଇ",
          "ଅଳସଇ ଅଛୁ ଶୋଇ ଅଶକତ ହୁଏ କି ଶରୀର ହେ"
        ]
      },
      {
        "n": 6,
        "lines": [
          "ସିଂହ ଦ୍ୱାରେ ଗୋପ ସୁତ ଡାକନ୍ତି ଉଠ ଅଚ୍ୟୁତ",
          "କେତେ ନିଦ୍ରା ଯାଉ ତୁ ତ ଆକାଶେ ଉଦୟ ଦିନକର ହେ"
        ]
      },
      {
        "n": 7,
        "lines": [
          "ଉଠ ପ୍ରଭୁ ଚକ୍ରଧର ଯିବାକୁ ହେବ ଉଛୁର",
          "ବନକୁ ଗମନ କର ବନମାଳୀ ଚରଣେ କିଙ୍କର ହେ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/utha-nisi-pahila-ethara-he-bansidhara-malabagouda-banamali/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
