{
  "id": "oa-gita-000995",
  "name": {
    "en": "Bandhu mo kahun kisa sunila re",
    "or": "ବନ୍ଧୁ ମୋ କାହୁଁ କିସ ଶୁଣିଲା ରେ"
  },
  "composer": "oa-person-000002",
  "mula_raga": [
    "oa-raga-000012"
  ],
  "mula_tala": [
    "oa-tala-000005"
  ],
  "kabya": {
    "id": "oa-kabya-000004"
  },
  "song_type": "champu",
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/bandhu-mo-kahun-kisa-sunila-re-ratnakara-champu-kabisurjya-kalyana/"
    },
    "stanzas": [
      {
        "n": 0,
        "lines": [
          "ବନ୍ଧୁ ମୋ କାହୁଁ କିସ ଶୁଣିଲା ରେ",
          "ବିଷ ତୁଲ୍ୟ ତ ମୋତେ ମଣିଲା ରେ",
          "ବଚନ ନ କହିଲା ବିନୟ ନ ସହିଲା",
          "କି ହେଲା ମହିଳାବର ରୁଷି ରହିଲା ରେ"
        ]
      },
      {
        "n": 1,
        "lines": [
          "ବସନ୍ତକାଳ ବିଚ୍ଛେଦରେ ଏ କାଳ",
          "ବହଇ ମଳୟାନିଳ ବିଯୋଗୀ ପ୍ରଳୟାନଳ",
          "ବିପକ୍ଷ ସଙ୍ଗରେ ତ ଗଣିଲା ରେ"
        ]
      },
      {
        "n": 2,
        "lines": [
          "ବାଳାବର ସେ ବେଳେ ମୋରେ ନ ରୁଷେ",
          "ବିବେକ ନ କରି ଲେଶେ ବିଳସିବାର ହରଷେ",
          "ବରଜି ଏ ଦୁର୍ଯୋଗ କିଣିଲା ରେ"
        ]
      },
      {
        "n": 3,
        "lines": [
          "ବିଡ଼ିଆ ବିଡ଼ି ବଢ଼ାଇଲି ସଜାଡ଼ି",
          "ବାତ୍ସଲ୍ୟ ପୀୟୂଷ ଇଡ଼ି ବସିଲା ଶ୍ରୀମୁଖ ମୋଡ଼ି",
          "ବକ୍ରନାଳକଞ୍ଜକୁ ଜିଣିଲା ରେ"
        ]
      },
      {
        "n": 4,
        "lines": [
          "ବିକଳ ହୋଇ ବହୁ ଅଶ୍ରୁ ବୁହାଇ",
          "ବଦନବିଧୁ ନୁଆଇଁ ବରତୁଳ ସ୍ତନେ ଥୋଇ",
          "ବରୁଣାଦ୍ରି ଚନ୍ଦ୍ରକୁ ଟାଣିଲା ରେ"
        ]
      },
      {
        "n": 5,
        "lines": [
          "ବିଅର୍ଥେ ଦିନ ବଞ୍ଚାଉଛି ମୋ ଧନ",
          "ବିଷମ ଏ ଯଉବନ ବିଜୁଳିଠାରୁ ଜବନ",
          "ବଳଦେବ କବୀନ ଭଣିଲା ରେ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/bandhu-mo-kahun-kisa-sunila-re-ratnakara-champu-kabisurjya-kalyana/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
