{
  "id": "oa-gita-001100",
  "name": {
    "en": "Phati padibara nikunja sanchara",
    "or": "ଫାଟି ପଡ଼ିବାର ନିକୁଞ୍ଜ ସଞ୍ଚାର"
  },
  "composer": "oa-person-000002",
  "mula_raga": [
    "oa-raga-000027"
  ],
  "mula_tala": [
    "oa-tala-000001"
  ],
  "kabya": {
    "id": "oa-kabya-000001",
    "section": {
      "en": "Pha Patala",
      "or": "ଫ ପଟଳ"
    }
  },
  "song_type": "champu",
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/phati-padibara-nikunja-sanchara-pha-champu-khambaja-kabisurjya/"
    },
    "stanzas": [
      {
        "n": 1,
        "lines": [
          "ଫାଟି ପଡ଼ିବାର ନିକୁଞ୍ଜ ସଞ୍ଚାର ଶ୍ରମୁଁ ମୋ ଚରଣ ତଳ",
          "ଫତୁରିଖୋର ଆଖରକୁ ହେବାର ଏହି ଏକା ଏଥୁଁ ଫଳ",
          "ରେ କିଶୋରି ଫିଟିଗଲା ଯେ ସନ୍ଦେହ",
          "ଫୁଲିଗଲୁ ଫୁଲ ଲଲାମ ରସିକା ଜାଣି ପରା ଶ୍ୟାମ ସ୍ନେହରେ"
        ]
      },
      {
        "n": 2,
        "lines": [
          "ଫନ୍ଦାଇ ନାନା ବିନୟେ କହି ଦନ୍ତେ ତୃଣ ଧରିବାର ଗଲା",
          "ଫଟା କପାଳରେ କୁଟିଳ ହୃଦୟା ବୋଲାଇବା ଲେଖା ଥିଲା",
          "ରେ କିଶୋରି ଫନ୍ଦାଧନ ତୁ ତ ମୋର",
          "ଫରିଆଦ କାହିଁ ତୋ ନାମେ କରିବି ନିନ୍ଦା କଲେ ପଛେ କରରେ"
        ]
      },
      {
        "n": 3,
        "lines": [
          "ଫରୁଆରେ ପରି ଉରୋଜରେ ଭରି ରଖ ସେ ନୀଳମଣିକି",
          "ଫଉଜ ତୁଲେ କୁଞ୍ଜ ଦ୍ୱାରେ ରଖାଅ ବେତ୍ରବଲ୍ଲୀ ଧରଣୀକି",
          "ରେ କିଶୋରି ଫରମାସ ମନେ ମନେ",
          "ଫେଇଦିଅ ମୋ ଆବୁର ମୁଁ ଯେବେ ଯିବି ସେ ଦିଗକୁ ଦିନେରେ"
        ]
      },
      {
        "n": 4,
        "lines": [
          "ଫଜିତ ହୋଇ ଦୂରରେ ଥିଲେ ତୋତେ ଭଜିତ ଥିବାର ସତ",
          "ଫେଡ଼ନ୍ତୁ ତୋ କଷ୍ଟ ସୁଖ ଦେଇ ଅଷ୍ଟଶ୍ରୁତି ଏ ଆମ୍ଭ ବାଞ୍ଛିତ",
          "ରେ କିଶୋରୀ ଫୁରୁଣା ହୋଇ ତୁ ରସ",
          "ଫେରି ଆସି ମାତ୍ର ଆମ୍ଭ ଆଗେ ନେତ୍ର କଞ୍ଜୁ ନୀର ନ ବରଷରେ"
        ]
      },
      {
        "n": 5,
        "lines": [
          "ଫୋଟକା ହେଉଛି ସିଞ୍ଚିବା କର୍ପୂର ଚନ୍ଦନ ମିଶ୍ରିତ ବାରି",
          "ଫୁଙ୍କି ଦେଲେ ଉଡ଼ିଯିବା ପରି ସଡ଼ି ଅଛିଟି ତନୁ ବଲ୍ଲରୀ",
          "ରେ କିଶୋରି ଫୁକାରା ନୋହୁ ଜଗତେ",
          "ଫତୁଆ ନୁହଟି ବୋଲେ ଜଗଦ୍ଦେବ ହରିଚନ୍ଦନ ଏ ଗୀତେ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/phati-padibara-nikunja-sanchara-pha-champu-khambaja-kabisurjya/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
