{
  "id": "oa-gita-001206",
  "name": {
    "en": "Ki pasori deli kahinki re rahili",
    "or": "କି ପାଶୋରି ଦେଲି କାହିଁକିରେ ରହିଲି"
  },
  "composer": "oa-person-000001",
  "mula_raga": [
    "oa-raga-000009"
  ],
  "mula_tala": [
    "oa-tala-000003"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/ki-pasori-deli-kahinki-re-rahili-kedara-gopalakrusna/"
    },
    "stanzas": [
      {
        "n": 0,
        "lines": [
          "କି ପାଶୋରି ଦେଲି କାହିଁକିରେ ରହିଲି",
          "ଶ୍ରୀ କିଶୋରୀ କୁଞ୍ଜବିହାରୀଙ୍କି",
          "ପରମ ଧାମରେ ସମନ ଥିଲା ଯେ",
          "ହେମ ମରକତ ମାଧୁରୀକି"
        ]
      },
      {
        "n": 1,
        "lines": [
          "ରମା ସମାନ ସୁଷମା ବ୍ରଜ ରାମା",
          "ଉତ୍ତମାଙ୍ଗ ମାଳା ବୃଷଭାନୁ ଜେମା",
          "ଗୋଷ୍ଠଚନ୍ଦ୍ରମା ବାମା ନେତ୍ର ପ୍ରତିମା",
          "କାମାଭିରାମ ବଂଶୀଧାରୀଙ୍କି"
        ]
      },
      {
        "n": 2,
        "lines": [
          "ଦାରା ବୃତ୍ତ ଶିର ନୀଳ ଉପୁରାଣ",
          "ତେଣେ ପ୍ରଚଳାକ ଚୂଳ ବିଭୂଷଣ",
          "ତରଳତର ଈକ୍ଷଣ ବିଶେପଣ",
          "ହା ହା ରୋମାଞ୍ଚ ତନୁ ଶିରୀକି"
        ]
      },
      {
        "n": 3,
        "lines": [
          "ହା ରାସ ରସ ତାଣ୍ଡବ ସୁପଣ୍ଡିତା",
          "ହା ସାତ୍ୱିକାବଳୀ ରତନ ମଣ୍ଡିତା",
          "ହା ମାର୍ତ୍ତଣ୍ଡଜା ତୀରାଣ୍ୟାଖଣ୍ଡଳ",
          "ଚାରୁ ନେତ୍ରାଞ୍ଚଳ ଚାତୁରୀକି"
        ]
      },
      {
        "n": 4,
        "lines": [
          "ଅଧୋନ୍ନତ କୃତ ପୂର୍ଣ୍ଣ ଚନ୍ଦ୍ରାନନ",
          "ଲାଜ ହର୍ଷ ହାସ ସୁନର୍ମ ବଚନ",
          "ପରସ୍ପରେ ପ୍ରେମ ସୁଧାବ୍ଧି ମଜ୍ଜନ",
          "ଜବାଧରୀ ଯୁବା ଜମ୍ଭାରିଙ୍କି"
        ]
      },
      {
        "n": 5,
        "lines": [
          "ଦେଖି ଦୂରରୁ କେ ପାଛୋଟି ଯିବାର",
          "ଥରି ଥରିକେ ପଛକୁ ଘୁଞ୍ଚିବାର",
          "ପ୍ରିୟ ଲାଗି ହେଲେ ଅବଲମ୍ବିବାର",
          "ହସିଲା ହୋଇ ସହଚରୀଙ୍କି"
        ]
      },
      {
        "n": 6,
        "lines": [
          "କୁସୁମ ଶେଯରେ ବ୍ରଜ ଯୁବରାଜ",
          "କୁଞ୍ଜଦ୍ୱାରକୁ ରାଧାଙ୍କୁ କରି ସଜ",
          "ଉଭା କରିବାର ଆହା ଆଳୀ ବ୍ରଜ",
          "ନ ତେଜି ଅଳିନ୍ଦ ସେ ପାରିକି"
        ]
      },
      {
        "n": 7,
        "lines": [
          "ଗୋପାଳକୃଷ୍ଣ ମାନସେ ନିରନ୍ତର",
          "ଚିନ୍ତି ବ୍ୟାକୁଳେ କପାଳେ ମାରି କର",
          "ହା କି ଦୂର ଦୁଷ୍ଟ ହେଲି ଏତେ ଦୂର",
          "ବୋଲି ନେତ୍ରୁ ତେଜଇ ବାରିକି"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/ki-pasori-deli-kahinki-re-rahili-kedara-gopalakrusna/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
