{
  "id": "oa-gita-001303",
  "name": {
    "en": "Gala sabu sari re nabakisori",
    "or": "ଗଲା ସବୁ ସରି ରେ ନବକିଶୋରୀ"
  },
  "composer": "oa-person-000002",
  "mula_raga": [
    "oa-raga-000094"
  ],
  "mula_tala": [
    "oa-tala-000004"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/gala-sabu-sari-re-nabakisori-khanda-kamodi-kabisurjya/"
    },
    "stanzas": [
      {
        "n": 0,
        "lines": [
          "ଗଲା ସବୁ ସରି ରେ ନବକିଶୋରୀ"
        ]
      },
      {
        "n": 1,
        "lines": [
          "ଯାହା ଶ୍ୟାମ ଅଙ୍ଗ ଚୁମ୍ବି ଆସିବା ସମୀର",
          "ଛୁଇଁଲେ କେବଳ ହୋଇ ରସେ ଜରଜର",
          "ପୁଲକେ ଭରତି କରୁ ମୃଦୁ କଳେବର",
          "ସେ ଯେବେ ହୋଇଲେ ପର"
        ]
      },
      {
        "n": 2,
        "lines": [
          "ଯାହା ବେଣୁ ଶୁଣି ଏକା ହୋଇ ନିଶୀଥରେ",
          "ବୋଲିନାହୁଁ ଦିନେ ଆସ ଯିବା ମିଶି ଥରେ",
          "ହୃଦ ମଦନ ବିଭବ ସମୁଲ୍ଲସି ଥରେ",
          "ବିଗ୍ରହ ତାହା ସାଥରେ"
        ]
      },
      {
        "n": 3,
        "lines": [
          "ଦୂତୀ କର ଧରି କହି ଘେନାଇଁ ଘେନାଇଁ",
          "ନୀପ ନିକୁଞ୍ଜ ପୁଞ୍ଜକୁ ଅନାଇଁ ଅନାଇଁ",
          "ଦିନ ହରୁ ସୁମଝରା ବନାଇ ବନାଇ",
          "ମୀନନେତ୍ରା ଯାହା ପାଇଁ"
        ]
      },
      {
        "n": 4,
        "lines": [
          "ସ୍ତନେ ଲଦି ଚୁମ୍ବିବାର ଯା ପାଦ କମଳେ",
          "ମନେ ବାଞ୍ଛିବେ କୁବେର ବାମାଙ୍କୁ ନ ମିଳେ",
          "ଚୁମ୍ବିଲେ ସେ ତୋ ପଦ ଚନ୍ଦ୍ରକୁ ଚୂଳାଞ୍ଚଳେ",
          "ଚାହିଁଦେଲୁ ନାହିଁ ହେଳେ"
        ]
      },
      {
        "n": 5,
        "lines": [
          "ରସବତୀ ଭଳି ନୋହୁ ଏ ଅପସନ୍ଦର",
          "ଆସ ଏବେ ଯିବା କେଳି ମଞ୍ଜରୀ ମନ୍ଦିର",
          "ବନ୍ଦନ କରଇ ମୃଦୁ ପଦାରବିନ୍ଦର",
          "ତୋଷ ଶ୍ୟାମଳ ସୁନ୍ଦର"
        ]
      },
      {
        "n": 6,
        "lines": [
          "ଅଷ୍ଟଦୁର୍ଗ ନାଥ କହେ ହୋଇ ଅଭିଳାଷୀ",
          "ମିତଣୀ କଥିତ ବଚନରେ ଶ୍ରୁତିପାଶୀ",
          "ଲମ୍ପଟ ହେବାରୁ ହୋଇ ଦରସ୍ଫୁଟ ହାସୀ",
          "ବିଜେ କଲେ ବୀଣାଭାଷୀ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/gala-sabu-sari-re-nabakisori-khanda-kamodi-kabisurjya/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
