{
  "id": "oa-gita-001377",
  "name": {
    "en": "Rusi mu basili gele",
    "or": "ରୁଷି ମୁଁ ବସିଲି ଗେଲେ"
  },
  "composer": "oa-person-000002",
  "mula_raga": [
    "oa-raga-000064"
  ],
  "mula_tala": [
    "oa-tala-000005"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/rusi-mu-basili-gele/"
    },
    "stanzas": [
      {
        "n": 0,
        "lines": [
          "ରୁଷି ମୁଁ ବସିଲି ଗେଲେ ରେ ସଙ୍ଗାତ",
          "ମନ ମନସିଜ ଚକ୍ଷୁ ମୁଖ ଭୁଜ ଏମାନେ ମୋ ଶତ୍ରୁ ହେଲେ"
        ]
      },
      {
        "n": 1,
        "lines": [
          "ଦେଲି ଯେ ଗୁମାନ ଲାଞ୍ଚ ତୁ ଚଞ୍ଚଳ ନୁହ ମନ ବୋଲି କହି",
          "କେଭେ ନ ଛୁଇଁଲା ସେ ବ୍ରଜଛଇଳା ଶୋଭା ସମ୍ପତ୍ତିରେ ରହି"
        ]
      },
      {
        "n": 2,
        "lines": [
          "ରଖ ଧୃତି ମୋର ବୋଇଲି ଯେ ଛାର ମାରକୁ ପାଣି ପ୍ରସାରି",
          "ବିନ୍ଧି କୋଟି କୋଟି ବାଣ ହଟି ହଟି ଦେଲା ମୋ ଆବୁର ସାରି"
        ]
      },
      {
        "n": 3,
        "lines": [
          "ତଳ କଲି ମଥା ଜାଣି ଚପଳତା ସମ୍ପନ୍ନ ବୋଲି ଡୋଳା",
          "ନ ପଡ଼ି ଧରାରେ ମୁରଲୀଧରାରେ ରସି ରସି କଲା ଖେଳା"
        ]
      },
      {
        "n": 4,
        "lines": [
          "ଏ ପାପ ଲପନ ଦିଶୁଥାଇ ଆନ ବେଳେ ସାଭିମାନ ପରି",
          "ଜାଣି ସେହି କାଳ ରହିଲା କେବଳ ହାସ ଉଲ୍ଲାସରେ ପୂରି"
        ]
      },
      {
        "n": 5,
        "lines": [
          "ଭିଡ଼ି ଯେ ରଖିଲି ତେବେ ଭୁଜବଲ୍ଲୀ ତାହାରି ଆଶ୍ଳେଷେ ଶଙ୍କି",
          "ଟେକି ହୋଇଗଲା କାଳେ ନ ରହିଲା ସ୍ତନମୂଳ ଚେଳ ବାକି"
        ]
      },
      {
        "n": 6,
        "lines": [
          "କହେ ଶ୍ରୀ ବାଲୁଙ୍କେଶ୍ୱର ଜଗଦ୍ଦେବ ବୁଜିଲି ନୟନ ପୁଣି",
          "ଜାଣେ କି ମନ୍ତର ହେଲା ମୋ ଅନ୍ତରଗତ ସେହି ନୀଳମଣି"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/rusi-mu-basili-gele/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
