{
  "id": "oa-gita-001391",
  "name": {
    "en": "Jaiphula chautisa",
    "or": "ଜାଈଫୁଲ ଚଉତିଶା"
  },
  "composer": "oa-person-000001",
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/jaiphula-chautisa-gopalakrusna/"
    },
    "stanzas": [
      {
        "n": 1,
        "lines": [
          "କେଉଁ ଚିର ପରାବାସୀ",
          "କରଇ ଚିନ୍ତା ଏକା ହୋଇ ମୋ ବନ୍ଧୁ କି ବିଚାରୁଥିବ ବସି"
        ]
      },
      {
        "n": 2,
        "lines": [
          "ଖଳ ଦଇବ କି ନ କଲା",
          "ଖଣ୍ଡପରଶୁପର ହାତେ ମୋ ବନ୍ଧୁ କେଡ଼େ ଦଣ୍ଡ ପଡ଼ିଗଲା"
        ]
      },
      {
        "n": 3,
        "lines": [
          "ଗୁଣନିଧି ରୂପବତୀ",
          "ଗ୍ରୀବା ଲୁଆଁ ମୃଦୁ ବଚନ ସୁମରି ଫାଟି ଯାଉନାହିଁ ଛାତି"
        ]
      },
      {
        "n": 4,
        "lines": [
          "ଘଡ଼ିଏ ହେଳା ଅନ୍ତର",
          "ଘନକେଶୀ ପେଶି ଦାସୀକି ସନ୍ତତେ ବୁଝୁଥାଇ ମୋ ଖବର"
        ]
      },
      {
        "n": 5,
        "lines": [
          "ନେତ୍ରେ ନାଚୁଛି ମୋହର",
          "ନବୀନା ଅଜାଗେ ମୋତେ ଚାହିଁ ଲାଜେ ହସି ଅପସରିବାରେ"
        ]
      },
      {
        "n": 6,
        "lines": [
          "ଚାରୁ ଚାମୀକର ଅଙ୍ଗୀ",
          "ଚିତ୍ତରୁ ଯାଉ ନାହିଁ ସାଜି କବରୀ ମୋତେ ଦେଖାଇବା ଭଙ୍ଗୀ"
        ]
      },
      {
        "n": 7,
        "lines": [
          "ଛଇଲା ସ୍ନେହ ତୋହର",
          "ଛାଡ଼ୁ ନାହିଁ ସୁତରାନ୍ତେ ମୋତେ ହୃଦେ ଧରି ଧୀରେ ବିଞ୍ଚିବାର"
        ]
      },
      {
        "n": 8,
        "lines": [
          "ଯିବାବେଳେ ଆସେ ପାଶେ",
          "ଜବାଧାରୀ ଲୋଭେ ଲେଉଟି ପଛକୁ ମୋତେ ଚାହିଁବାର ଦିଶେ"
        ]
      },
      {
        "n": 9,
        "lines": [
          "ଝସନେତ୍ରୀ ଯା ଦିଶଇ",
          "ଝଲକିଲା ପରି କୁଚରୁ ଅମୃତ ଝାଳ ଯାଉଯାଇ ବହି"
        ]
      },
      {
        "n": 10,
        "lines": [
          "ନିଦ୍ରା ମୁଁ ଯିବାର ଚାହିଁ",
          "ନିଟିଳ ତିଳକ ମୋ ଭାଲେ ଲଗାଇ ଚୁମ୍ବୁଥାଉ ରହି ରହି"
        ]
      },
      {
        "n": 11,
        "lines": [
          "ଟେକ ଉରଜା ଗୁମାନେ",
          "ଟାହି କରି ବସିଥାଉ ଚାହିଁ ମୋତେ ମିଶିଯାଉ ଅପଘନେ"
        ]
      },
      {
        "n": 12,
        "lines": [
          "ଠିଆ ହୋଇ ଅଗଣାରେ",
          "ଠାରି କେଳିପୁରେ ପଶୁ ନାଗବଲ୍ଲୀ ଚନ୍ଦନ ଧରି ଶ୍ରୀକରେ"
        ]
      },
      {
        "n": 13,
        "lines": [
          "ଡାକିଲେ ଶୁକ ମୋ ନାମ",
          "ଡମ୍ବରୁମଧ୍ୟା ତୋ ପ୍ରତି ପ୍ରତିକରେ ଉଲ୍ଲସି ଉଠଇ ଲୋମ"
        ]
      },
      {
        "n": 14,
        "lines": [
          "ଢାଳି ମୋ ହୃଦେ ଲପନ",
          "ଢାଳେକ୍ଷଣି ଚୁମ୍ବ ଦେଇ ବୋଲୁ କେବେ ବିଦେଶ ନଯିବ ଧନ"
        ]
      },
      {
        "n": 15,
        "lines": [
          "ଅପରାଧ କଲେ ଯେତେ",
          "ଅଜଣା ପରି ଜାଣି କୃପା ବାରିଧି ବଞ୍ଚାଇ ନେଇଛୁ କେତେ"
        ]
      },
      {
        "n": 16,
        "lines": [
          "ତନୁଦରି ପ୍ରେମ ଭୋଳେ",
          "ତରକି ନପାରି ମୋ ରୂପ ଲେଖିଛୁ ଭିତ୍ତି ଚିତ୍ରିବାର ବେଳେ"
        ]
      },
      {
        "n": 17,
        "lines": [
          "ଥିଲେ କି ବ୍ରତ ଆଚରି",
          "ଥାଳୀରେ ଭରି ସେ ପ୍ରସାଦ ମୋଆଗେ ଉଭାହେଉ କରେଧରି"
        ]
      },
      {
        "n": 18,
        "lines": [
          "ଦୂରୁ ଶୁଭିଲେ ମୋ ଗିର",
          "ଦରଶନ ଯାଏ ବଣା ଏଣୀ ପରି ହେଉଥାଉ ତର ତର"
        ]
      },
      {
        "n": 19,
        "lines": [
          "ଧଇଲେ ଦିବସେ କର",
          "ଧୀରେ କେତେ ଦୈନ୍ୟକରି ଧନମୋତେ ହସି କରୁରେ ଜୁହାର"
        ]
      },
      {
        "n": 20,
        "lines": [
          "ନ ଆସିଲେ ମୁଁ ଏଣିକି",
          "ନବୀନା ଚିତ୍ରପଟରେ ଚାହିଁ ନେତ୍ରୁ ବୁହାଇ ଦେଉ ପାଣିକି"
        ]
      },
      {
        "n": 21,
        "lines": [
          "ପଲ୍ଲବଲଗା ପ୍ରସୂନ",
          "ପୟୋଧର ପାହାଡ଼ରେ ରଖିଥାଉ ମୋ ପାଇଁ କରି ଯତନ"
        ]
      },
      {
        "n": 22,
        "lines": [
          "ଫୁଲବନ ସଦନରେ",
          "ଫେଡ଼ି ପୋଥିପଢ଼ି ଲୁହ ପୋଛୁଥାଉ ମୋ କ୍ଷଣିକ ବିଚ୍ଛେଦରେ"
        ]
      },
      {
        "n": 23,
        "lines": [
          "ବେଣୀ ସାଜି ଦେବି ବୋଲୁ",
          "ବିମ୍ବାଧରୀ ହସି ପାଶକୁ ଆସିଲେ ପ୍ରଦୀପ ଲିଭାଇ ଦେଲୁ"
        ]
      },
      {
        "n": 24,
        "lines": [
          "ଭରମାଙ୍ଗୀ ରତି ଶେଷେ",
          "ଭିଡ଼ି ଦନ୍ତବାସ ପିନ୍ଧୁ ହାସ ବାସ ପୂରିଥାଇ ଗଣ୍ଡଦେଶେ"
        ]
      },
      {
        "n": 25,
        "lines": [
          "ମଲ୍ଲୀ କୁସୁମର ତଳୁ",
          "ମଧୁପ ଚୁମ୍ବୁଥିଲାର ତୁ ଅନାଇ ମୋ ନୟନ ବୁଜାଇଲୁ"
        ]
      },
      {
        "n": 26,
        "lines": [
          "ଯତନେ ଶଯ୍ୟା ସଜାଡ଼ି",
          "ଯିବାଯାଏ ମୁଁ ପଣନ୍ତରେ ପଲ୍ୟଙ୍କ ତଳରେ ଥାଉ ପହୁଡ଼ି"
        ]
      },
      {
        "n": 27,
        "lines": [
          "ରତି ସରସ ରଙ୍ଗରେ",
          "ରାମାମଣି ମୋ ଶାନ୍ତି ଜାଣି ରୁହାଉ ଚିବୁକ ଧରି ଶ୍ରୀକରେ"
        ]
      },
      {
        "n": 28,
        "lines": [
          "ଲଳନା ସ୍ୱପ୍ନେ କି ଚାହୁଁ",
          "ଲୁହ ପୋଛି ପୋଛି ପଣନ୍ତ ତିନ୍ତଇ ମୁଁ ପଚାରିଲେ ନ କହୁ"
        ]
      },
      {
        "n": 29,
        "lines": [
          "ବାସବ ରତନ କେଶୀ",
          "ବାହୁ ମୋ ମଥା ମୂଚଳି କରି ଥାଉ ପାହି ଯିବା ଯାଏ ନିଶି"
        ]
      },
      {
        "n": 30,
        "lines": [
          "ଶୀର୍ଣ୍ଣ ଦିଶୁଥିବ ପରା",
          "ଶଙ୍କର ସେବାର ଫଳ ତୁ ମୋହରି ବରାରୋହା ଅଗ୍ରଗିରା"
        ]
      },
      {
        "n": 31,
        "lines": [
          "ଷୋଡ଼ଶ ବୟସୀ ରାମା",
          "ଷଟପଦ ଅଳକିନୀ ଶୋଭା ତୋର ଚାହିଁ ପ୍ରଶଂସିବେ ଉମା"
        ]
      },
      {
        "n": 32,
        "lines": [
          "ସଜନୀରଜ ଲପନା",
          "ସଜନୀ ଅଙ୍କରେ ପଡ଼ି କରୁଥିବ ଯଦି କୁଶଳେ ବରତି ଥିବ"
        ]
      },
      {
        "n": 33,
        "lines": [
          "ହରକୃପା ଦିଶିଯିବ",
          "ହାଟକ ଅଙ୍ଗୀମୋ ଭେଟ ଯାଏ ଯଦି କୁଶଳେ ବରତି ଥିବ"
        ]
      },
      {
        "n": 34,
        "lines": [
          "କ୍ଷଣେ ନ କରି ଅଳସ",
          "କ୍ଷିତିଭୂଷା ପାଶେ ମିଳିଲା ଗୋପାଳକୃଷ୍ଣ ତେଜି ପରବାସ"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/jaiphula-chautisa-gopalakrusna/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
