{
  "id": "oa-gita-001420",
  "name": {
    "en": "Bimalei bimalei heuthai muhin",
    "or": "ବିମଳେଇ ବିମଳେଇ ହେଉଥାଇ ମୁହିଁ"
  },
  "composer": "oa-person-000014",
  "mula_tala": [
    "oa-tala-000008"
  ],
  "text": {
    "edition": {
      "source": "oa-source-000001",
      "url": "https://odissimusic.co.in/index.php/song/bimalei-bimalei-heuthai-muhin/"
    },
    "stanzas": [
      {
        "n": 0,
        "lines": [
          "ବିମଳେଇ ବିମଳେଇ ହେଉଥାଇ ମୁହିଁ",
          "ବିମଳାଙ୍କ ଠାରୁ ମୋର ଅନ୍ୟ ଗତି ନାହିଁ ।",
          "ଯୋଡ଼ ଯେ କମଳା ମାଗୋ ପୟରେ ନୂପୁର",
          "ଚାହିଁଦେଲି ଖଣ୍ଡେ ଦୂରୁ ଦିଶୁଥିଲା ଚୂଳ ।",
          "କଳା ଲୁଗା ଶାଢ଼ୀ ମାଗୋ ପିନ୍ଧନି ସେ କାଛି",
          "ସୁନା ଚିତା ରୂପା ଆଦି ଶ୍ରୀମୁଖରେ ଅଛି ।",
          "ବାହାବିଦ କଳିଆରି ଶହେ ସୁନା ତାଡ଼",
          "ହୃଦରେ ରତନ ହାର ଦିଶେ କି ସୁନ୍ଦର ।",
          "ମନ୍ଦ ମନ୍ଦ ହାସ ମାଗୋ ପାଉଅଛି ଶୋଭା",
          "ମୁକୁତା ପାଶରେ ଶୋହୁଅଛି ଦିବ୍ୟ ଗଭା ।",
          "ବାଇଶି ପାହାଚ ଠେଇଁ ଠିଆ ହୋଇ ଚାହିଁ",
          "ମନଯାକ ଛନ୍ନଛନ୍ନ ବିମଳାଙ୍କ ପାଇଁ ।",
          "ଜଗନ୍ନାଥ ବାପା ମୋର ବିମଳେଇ ମାଆ",
          "ସଙ୍କଟ ପଡ଼ିଲା ବେଳେ ହୋଇଥିବ ସାହା ।",
          "ପଦ୍ମପାଦ ଚରଣ ମୁଁ ପଶିଲି ଶରଣ",
          "ସିଦ୍ଧ ବିମଳେଇ କର ମୋତେ ଉଦ୍ଧାରଣ ।"
        ]
      }
    ]
  },
  "sources": [
    {
      "source": "oa-source-000001",
      "url": "https://odissimusic.co.in/index.php/song/bimalei-bimalei-heuthai-muhin/"
    }
  ],
  "record_status": "active",
  "superseded_by": null,
  "created_at": "2026-11-01",
  "updated_at": "2026-11-01"
}
