Kadamba bane bansi bajila re
କଦମ୍ବ ବନେ ବଂଶୀ ବାଜିଲାରେ
Text
Ghoṣā
କଦମ୍ବ ବନେ ବଂଶୀ ବାଜିଲାରେ ରାଧା ଦମ୍ଭ ଶିଖରୀ ଭାଜିଲାରେ
1
ତୋ ବିନା ପ୍ରତିକାର ଆନ କେ ନାହିଁ ମୋର ବିବେକ ରତନ ମୋ ହଜିଲାରେ
2
କଢ଼ା ମୋତେ ସରଣୀ ଆରେ ପ୍ରାଣମିତଣୀ ତୋ ବିନା ଜୀବନ ବରଜିଲାରେ
3
ଦେଖି ବ୍ରଜେନ୍ଦୁ ମୁଖ ଲିଭାଇବିରେ ଦୁଃଖ ସ୍ମରାନଳରେ ତନୁ ଭାଜିଲାରେ
4
ପଳାଇଲାନି ମନ ବେଣୁପତି ଶୋଭନ ପୀୟୂଷ ବାରିଧିରେ ମଜ୍ଜିଲାରେ
5
ଚାଲ ଯିବା ଲଳିତା ବୋଲୁଁ କୀର୍ତ୍ତିଦା ସୁତା ମୁଖ ସୁବର୍ଣ୍ଣାବ୍ଜ ବିରାଜିଲାରେ
6
ଏକାନ୍ତ ଶ୍ରୀ ଲଳିତା ଶ୍ରୀ ବୃଷଭାନୁ ସୁତା ଗୋପାଳକୃଷ୍ଣ ରହି ହେଜିଲାରେ
Renditions
- Notation, Acharya Tarini Charan Patra, Dhanāśrī, Aṭhatāḷi, 1969
- Recording, Shyamamani Patnaik, Kāmodī, Āḍatāḷi, 1985