Kharapa tu helu re
ଖରାପ ତୁ ହେଲୁ ରେ
Text
Ghoṣā
ଖେଳଲୋଳ ଖଞ୍ଜନାକ୍ଷି କି ସାହସ କଲୁ ରେ ଖରାପ ତୁ ହେଲୁ ରେ
1
ଖର୍ବ ହୋଇ ସୁରତରୁ କୁସୁମ ବାଞ୍ଛିଲୁ ରେ ଖେଦ ବୀଜ ନିଜ ହୃଦ କେଦାରେ ବିଞ୍ଚିଲୁ ରେ
2
ଖିଆଲ ପରି କି ଧନ ମନରେ ଭାଳିଲୁ ରେ ଖଳିକାର ନୋହିଁ କଳା ନାଗକୁ ଚାଳିଲୁ ରେ
3
ଖରା ସ୍ମରି ଝାଉଁଳିବା ଶ୍ରୀଅଙ୍ଗ ପାଇଲୁ ରେ ଖମଣି ମଣ୍ଡଳକୁ ତୁ କର ବଢାଇଲୁ ରେ
4
ଖାଇ ଦେଇ କି ଅମଳ ଅଚେତା ହୋଇଲୁ ରେ ଖାରା ଖଣ୍ଡାଧାରା ଖଟ ବିଚାରି ଶୋଇଲୁ ରେ
5
ଖଟେ ଅଷ୍ଟଦୁର୍ଗ ନାଥ ତୋ ପଦେ ପହିଲୁ ରେ ଖଣ୍ଟ କରେ ଧନ ଦେଇ ପଦେ ନ କହିଲୁ ରେ