Gīta

Sakhi jiba para dekhi

ସଖି ଯିବା ପରା ଦେଖି

Text

Ghoṣā

ସଖି ଯିବା ପରା ଦେଖି ମନମୋହନେ ତୁଟୁ ସବୁରି ଶ୍ରମ ସଘନେ

1

ଫୁଟୁ ମଲ୍ଲୀ ମାଳତୀ ଜାଈ ଜୂଈ ସେବତୀ ଛୁଟୁ ସୁବାସ କୁଞ୍ଜ କାନନେ (ପଡ଼ି) ସଞ୍ଜ ବେଳ ହେଲାଣି କଞ୍ଜ ଶୋଇଗଲାଣି ଖଞ୍ଜନ ନୟନରେ ଅଞ୍ଜନ ଦିଅ ଧନୀ ଅଞ୍ଜନ କେଶିନୀ କୁଞ୍ଜର ଗାମିନୀ ଭଞ୍ଜନ ହେଉ ଦୁଃଖ ମଞ୍ଜୁଳ ମିଳନେ

2

ହସୁ ଯମୁନା ତଟ କଦମ୍ବ ବଂଶୀ ବଟ ରସୁ ମିଳନ ଗାନ କୀର୍ତ୍ତନେ

3

ମିଶୁ ଗଉର ଶ୍ୟାମ ଜ୍ୟୋତି ଭାତି ସୁଷମ ଦିଶୁ ତାରିଣୀ ହୃଦ ଲୋଚନେ

Sources

Cite this record


Last updated 2026-11-01. Record as JSON