Gīta

Chahanre rasarangini

ଚାହାଁରେ ରାସରଙ୍ଗିନୀ

Text

Ghoṣā

ଚାହାଁରେ ରାସରଙ୍ଗିନୀ ସଙ୍ଗିନୀ ଚାହିଁଥିବେ ନିକୁଞ୍ଜେ ତୋ ଯିବାର ସରଣୀ ଯିବା ପରା ନିକୁଞ୍ଜେ ହୁଅ ଗୋ ସଜ ଏକ୍ଷଣି । ବୃଷଭାନୁ ନନ୍ଦିନୀ ମୋହନ ମନମାନୀ ବୋଲି କେବା ନ ଜାଣେ ଲାଜ ତେଜ ସଜନୀ

1

(ପଡ଼ି) ଚନ୍ଦ୍ରକ ଚୂଳ ସୁଚେଳ ନୀଳଘନ ଶ୍ୟାମଳ ସୁନ୍ଦର ମାର ବିମୋହନ ଗୋକୁଳ ପାଳକ ମଙ୍ଗଳ କାରକ ଗୋବର୍ଦ୍ଧନ ଗିରିଧାରୀ ମନମୋହିନୀ

2

ବୃନ୍ଦାବନ ବିହାରୀ କୁଞ୍ଜକାନନଚାରୀ ରାଧେ ବୋଲି ମୁରଲୀ ଡାକେ ଦିବା ରଜନୀ ଶ୍ରୀ ରାଧାକୃଷ୍ଣ ଦୁଇ ରୂପଟି ଏକ ଦେହୀ ଜଣା ସଂସାର ସାରା ଆଉ ଲାଜ କି ଘେନି (ପଡ଼ି) ବ୍ରଜରମଣୀ ମନ ଚାତକ ନବଘନ ସଜ ଜଳଜାନନ ନିଧୂବନ ରଞ୍ଜନ ଯମୁନା ତଟ ନୀପତରୁ ମୂଳ ଶୋଭନ ସେ ତୋ ଅଧୀନ ଆଜି ଭଜେ ତାରିଣୀ

Sources

Cite this record


Last updated 2026-11-01. Record as JSON