Khyamanukampadhara he
କ୍ଷମାନୁକମ୍ପାଧର ହେ
Text
Ghoṣā
କ୍ଷମାନୁକମ୍ପାଧର ହେ କ୍ଷୀରସାଗର ସମ୍ଭବା କୁଚକୁମ୍ଭ ଯୁଗଳ ପରିରମ୍ଭ ଚତୁର ହେ
1
କ୍ଷିତି ଚକ୍ରବାଳ ମହାଭୀତି ନିବାରଣ ହେ ଶ୍ରୁତିଶିର ଅବତଂସାକୃତି ଶ୍ରୀଚରଣ ହେ ମରାଳ ବିହରଣ କରାର୍ଚ୍ଚିତ ଚରଣ ଧରାଭାର ହରଣ ଚରାଚର ଶରଣ ତରାବର କିରଣ ବରାବର ଚରଣ ନଖାଂଶୁ ସୁରଗଣ ଶିଖାଭରଣ ହେ
2
କ୍ଷଣେ ହେଲେ ନାମକୁ ନ ଭଣେ ମୁଁ ତୁମ୍ଭର ହେ ଜଣେ ତ ହେବାରୁ ପାପିଗଣେ ବିଶ୍ଵମ୍ଭର ହେ ମନା ନ କର ହିତ ଅନାଦର ରହିତ ଅନାଉଣି ନିରତ ଚୂନା କରୁ ଦୂରିତ ଅନାରତ ମୋ ଚିତ୍ତ ମନାସୁଛି ଅହିତ ଜନାର୍ଦ୍ଦନ ପତିତ ଜନାବହିତ ହେ
3
କ୍ଷମ ତ ମୁଁ ନୁହେ ଅନୁପମ ଅନୁଭାବ ହେ ଯମ ଦଣ୍ଡରୁ ମୋ ରକ୍ଷା କେମନ୍ତଟି ହେବ ହେ ଜଳାକର ଭବନ ବଳାସୁଖ ଭୁବନ ବଳାହିତ ରତନ ବଳାବରଜ ଜନ କଳାପର ବୃଜିନଦଳା ସୁକୃତଧନ ବଳାଢ୍ୟ ମୁନିମନ କଳାପି ଘନ ହେ
4
କ୍ଷମାଧିପ ଜଗଦ୍ଦେବ ସମାପନ କରେ ହେ ଶ୍ରମାର୍ତ୍ତ ହେବାରୁ ଭବ ଭ୍ରମାତିଶୟରେ ହେ ବ୍ୟଥା ନିବହ ହର ପ୍ରଥା ଚଳୁ ମିହିର ପଥାନ୍ତରକୁ ହର ରଥାଦିରୁ ଅମର ମଥାମଣି ନିକର ରଥାଙ୍ଗଯୁତ କର କଥା ବିନୟ ମୋର ବୃଥା ନ କର ହେ