Bichakhyana re bina to priti
ବିଚକ୍ଷଣା ରେ ବିନା ତୋ ପ୍ରୀତି
Text
Ghoṣā
ବିଚକ୍ଷଣା ରେ ବିନା ତୋ ପ୍ରୀତି କେ ଗତି ଅଛି ଜଗତୀରେ
1
ବୋଲି ଦେଲି ସିନା ଗେଲେ ହସି ବିଶ୍ୱେ ତୋ ସମ କାହିଁ ବିଶ୍ୱାସୀ ବାନ୍ଧିବାକୁ ମୋ ମନ ତୁ ପାଶି ବିଶେଷରେ ମୋ ହୃଦନ୍ତର ତୋତେ ଜଣା ରେ
2
ବିଶ୍ୱମ୍ଭରା ରଜ ଖେଳା କାଳୁଁ ବହିଃପ୍ରାଣ ପରି ପରିପାଳୁ ବିଧିବଶୁ ନିସର୍ଗ କୃପାଳୁ ବ୍ରଜେ ହେଉଛି ଏହି ଡିଣ୍ଡିମ ବାଜଣାରେ
3
ବିକେ କିଣେ ଯେ ଯାହାକୁ ସ୍ନେହେ ବଡ଼ ତାଠାରୁ ଜୀବନ ନୋହେ ବଳ ତାହାଠାରେ ସିନା ସହେ ବହିରଙ୍ଗେ ବୁଲୁଛନ୍ତି ଦେଖ ଅଗଣାରେ
4
ବୋଲେ ଅଷ୍ଟଦୁର୍ଗର ମଘବା ବଲ୍ଲୀ ନିକଟକୁ ଚାଲ ଯିବା ବଂଶୀ ଗୀତ ପୀୟୂଷ ପୀଇବା ବିଭାବରୀ ନ ପାହୁଁ ଆସିବା ଅଜଣାରେ