Gīta

Lagi lagi sangini mote

ଲାଗି ଲାଗି ସଙ୍ଗିନୀ ମୋତେସରି କି ପକାଇଦେଲୁ ମୋହନ ହାତେ । ଘୋଷା । ନାହିଁ ନାହିଁ କରୁଥିଲିଫୁଲ ତୋଳି ଯିବି ବୋଲିଘେନିଗଲୁ ଯେ ଭୁଲାଇକୁଞ୍ଜବନକୁ ସଙ୍ଗତେ । ୧ । କେବେ ହେଲେ ସେ ବିଚାରସହି ତାଙ୍କର ତୋହରଅଲଙ୍ଘ୍ୟ ପତିବରତବ୍ରତ ନାଶିଲୁ ଇଷିତେ । ୨ । ବୃନ୍ଦା ଜାଣିଗଲେଣି ତସଙ୍ଗିନୀଯାକ ଯାବନ୍ତହସି ମାଳା ଦେଲେ ଆଜିପଶି ମୋହର ପୁରତେ । ୩ । ବରଜଯାକ ଶୁଣିବେଶ୍ରୀ ପୌର୍ଣ୍ଣମାସୀ ଜାଣିବେଚନ୍ଦ୍ରାବଳୀ ପରି ରାଧାହେଲା ବୋଲିବେ ଜଗତେ […]

Text

Ghoṣā

ଲାଗି ଲାଗି ସଙ୍ଗିନୀ ମୋତେ ସରି କି ପକାଇଦେଲୁ ମୋହନ ହାତେ

1

ନାହିଁ ନାହିଁ କରୁଥିଲି ଫୁଲ ତୋଳି ଯିବି ବୋଲି ଘେନିଗଲୁ ଯେ ଭୁଲାଇ କୁଞ୍ଜବନକୁ ସଙ୍ଗତେ

2

କେବେ ହେଲେ ସେ ବିଚାର ସହି ତାଙ୍କର ତୋହର ଅଲଙ୍ଘ୍ୟ ପତିବରତ ବ୍ରତ ନାଶିଲୁ ଇଷିତେ

3

ବୃନ୍ଦା ଜାଣିଗଲେଣି ତ ସଙ୍ଗିନୀଯାକ ଯାବନ୍ତ ହସି ମାଳା ଦେଲେ ଆଜି ପଶି ମୋହର ପୁରତେ

4

ବରଜଯାକ ଶୁଣିବେ ଶ୍ରୀ ପୌର୍ଣ୍ଣମାସୀ ଜାଣିବେ ଚନ୍ଦ୍ରାବଳୀ ପରି ରାଧା ହେଲା ବୋଲିବେ ଜଗତେ

5

ଗୋପାଳକୃଷ୍ଣ କହଇ ସେପରିରେ ମୁଁ ନୁହଁଇ ସରିଛି ବିହାର ସବୁ ଧୂଳିରେ ନାହିଁ କିଞ୍ଚିତେ

Sources

Cite this record


Last updated 2026-11-01. Record as JSON