Manju madhu bhasile
ମଞ୍ଜୁ ମଧୁ ଭାଷିଲେ
Text
Ghoṣā
ମଞ୍ଜୁ ମଧୁ ଭାଷିଲେ । ସରସ ରଦ ଚନ୍ଦ୍ରିକା । ହରଇ ମମ ମନତିମିର ଯାମେ । ଚନ୍ଦ୍ରବଦନା ଅଧର । ମଧୁର ମଧୁ ଧାର ଗୋ । ନୟନ ତ ଚକୋର ସରି କାମେ । ହେ ପ୍ରିୟେ । ଚାରୁଶୀଳେ । ତେଜ ମନୁ ମାନିନୀ । ଗୁମାନେ । କାମ ଖର ତାପ ସହି । ଦହଇ ମମ ମାନସେ । ଦାନ କର ବଦନ ମଧୁ ପାନେ
1
କାମଗର ଖଣ୍ଡନ । ଭାଲ ପଟ ମଣ୍ଡନ । ଦେହି ପଦପଲ୍ଲବ ସୁହାସି
2
ଜଳଇ ବିକଳେ ଅତି । ମଦନ ଅନଳେ ସଖି । ତ୍ରାଣ କର ତାପୁ ମଧୁ ଭାଷି