Gagane ghana ghoti
ଗଗନେ ଘନ ଘୋଟି
Text
Ghoṣā
ଗଗନେ ଘନ ଘୋଟି ଆସିଲାରେ ସଖୀ । ରସି ବିଜୁ ବିଳସିଲା । ପ୍ରଫୁଲ୍ଲ ମାଳତୀ ବନେ ଫୁଟି ହସିଲା
1
କେକୀ କାନନରେ ରଟିଲା ବିରହିଣୀ ମନୁ ଟାଣ ମାନ ତୁଟିଲା ଗରଜି ଘୋର ଦମ୍ଭୋଳି ଫିଟିଲା ଧଇର୍ଯ୍ୟଲତା ମନୁ ଖସିଲାରେ
2
ଭେକ ପ୍ରବଳ ଘୋଷିଲା ଜୀବର ଜୀବନ ବିନେ ଜୀବ ଲସିଲା ଆସି ସତେ କି ପ୍ରମାଦ ଘୋଟିଲା କବିଶଶୀ ଖେଦେ ଭାଷିଲାରେ