Gīta

Dekha dekha sakhi nipamule ubha

ଦେଖ ଦେଖ ସଖୀ ନୀପମୂଳେ ଉଭା

Text

1

ଦେଖ ଦେଖ ସଖୀ ନୀପମୂଳେ ଉଭା ସେ ଶ୍ୟାମ ମନମୋହନ । କୋଟି ସୃଷ୍ଟି ସାର । ପ୍ରେମ ପାରାବାର । ବୃଷଭାନୁସୁତା । ହୃଦୟରତନ । (ପଡ଼ି) ତ୍ରିଭଙ୍ଗ ବାଙ୍କଠାଣି ମନ ନେଉଛି କିଣି ଶିରେ ବାନ୍ଧିଛି ଜୂଡ଼ା କେତକୀଦଳେ ପୁଣି ଚିତ୍ତ ଚମକେ ଦେଖି ତା ଚଞ୍ଚଳ ଚାହାଣୀ ଅପୂର୍ବ ଅପଘନ ନୀଳେନ୍ଦ୍ରମଣି ଜିଣି

2

ଭାଲେ ଗୋରୋଚନା ଚନ୍ଦନ ଚର୍ଚ୍ଚିତ ଚାହାଁ ଗୋ ଚନ୍ଦ୍ରବଦନା । ମଦନ ମୋହନ । ବଦନ ଶୋଭାକୁ । ଶତ ରତିପତି । ନୋହିବ ତୁଳନା । (ପଡ଼ି) କର୍ଣ୍ଣେ ହେମକୁଣ୍ଡଳ ଜିଣି ରବିମଣ୍ଡଳ ନାସାରେ ଗଜମୋତି ଦିଶେ କେଡ଼େ ମଞ୍ଜୁଳ ରକ୍ତରାଗ ରଞ୍ଜିତ ଗଣ୍ଡସ୍ଥଳ ଯୁଗଳ ମଧୁ ଅଧରେ ମୃଦୁ ସୁହାସ ମଧୁର

3

ଶ୍ରୀକରେ ମୋହନ ମୁରଲୀ ଶୋଭନ ବଜାଇ କରେ ଉଚ୍ଛନ୍ନ । ହୃଦେ କଉସ୍ତୁଭ । ମଣିମୟ ହାର । ଦେଖି ନ ଚଳେ । (ମୋହର) ନୟନ । (ପଡ଼ି) ପିନ୍ଧିଛି ପୀତପଟ ନବନାଗର ଧିଟ ପଦେ ନୂପୁର ଧ୍ୱନି ଚିତ୍ତ କରେ ଉଚ୍ଚାଟ ସେ ଚରଣକମଳେ ମୋ ମନ ମଧୁଲିଟ ପରାଏ ଥାଉ ରହି ତେଜି କୂଟ କପଟ

Sources

Cite this record


Last updated 2026-11-01. Record as JSON