Ago duti aja rati syama priti
ଆଗୋ ଦୂତୀ ଆଜ ରାତି ଶ୍ୟାମ ପ୍ରୀତି
Text
Ghoṣā
ଆଗୋ ଦୂତୀ ଆଜ ରାତି ଶ୍ୟାମ ପ୍ରୀତି ନୋହିଲା ଗୋ
1
ଶେଯ କରି ମୁଁ ସୁପାତି ଜାଳିଲି କର୍ପୂର ବତୀ ରାତିଯାକ ଉଜାଗରେ ଦେଖ ଆସି ପାହିଲା ଗୋ
2
କାଳିଆ ପୁରୁଷ ପ୍ରୀତି ଅବଳା ନାରୀ ଯୁବତୀ କରତି ହେଉଛି ଛାତି ଧରତୀରେ ସହିଲା ଗୋ
3
କରିଥିଲି ପ୍ରତିଆଶା ହରି ଫେଡ଼ିବେ ଦୁର୍ଦ୍ଦଶା ମୋଠାରେ ଏଡ଼ିକି ଦଶା କେଉଁ ନାରୀ ବିହିଲା ଗୋ
4
ଗୀତେ କହେ ବନମାଳୀ ଏ ରସରେ ଭାଳି ଭାଳି ବାନ୍ଧିଥିଲି ଫୁଲଗଭା ବାସି ହୋଇ ରହିଲା ଗୋ