Ago sakhi pasori nuhe giridhariki
ଆଗୋ ସଖୀ ପାଶୋରି ନୁହେଁ ଗିରିଧାରୀକି
Text
Ghoṣā
ଆଗୋ ସଖୀ ପାଶୋରି ନୁହେଁ ଗିରିଧାରୀକି । ପାଶୋରି ନୁହେଁ ଗିରିଧାରୀକି ଲୋ ମୂରୁଛି ନୁହେଁ ଗିରିଧାରୀକି
1
ଆନ କିଛି ନ ରୁଚେ । ଆଖି ଭିତରେ ନାଚେ । କଳଙ୍କ ହେଲା କୁଳନାରୀଙ୍କି
2
ସେ କି ଗୋକୁଳବାସୀ । ମହା ମୋହନ ଫାଶି । ଆସି ରହିଛି ନନ୍ଦପୁରୀକି
3
ଚାହିଁବା ମାତ୍ରେ ମନ । ହରେ ମତିମୋହନ । ଏତେକ ନ ପାରିଲି ତରକି
4
କି କୋମଳ ବଚନ । ପବିତ୍ର ଅପଘନ । ଲୋଚନ ବେନି କାମଛୁରୀ କି
5
ଲେଖିଦେବି ମୁଁ ଖତ । ଲୋକ ପଣେ ଦେଖତ । କେ ଆଣି ଦେବ କାଲି ପରି କି
6
ବନମାଳୀ କହଇ । ରାଗରେ ଯେ ଚାହଁଇ । ସେ ସିନା ଯାଏ ଏତେ ସରି କି