Gīta

Ahe prabhu kalasrimukha

ଆହେ ପ୍ରଭୁ କଳାଶ୍ରୀମୁଖ

Text

Ghoṣā

ଆହେ ପ୍ରଭୁ କଳାଶ୍ରୀମୁଖ କାଳଯାକ ଭଜି ନ ଗଲା ଦୁଃଖ

1

କି ଅବା ଛାମୁରେ ଜଣାଇବି ମୁହିଁ ସାକ୍ଷାତରେ ମୋ ଦୀନ ଅବସ୍ଥା ଦେଖ ତେଣୁ ଶ୍ରୀଛାମୁକୁ ଯାଇ ନ ପାରଇ ଖଣ୍ଡିଏ ତ ମୋର ନ ଥାଇ ଭେକ

2

ସାହୁଙ୍କ ଜଞ୍ଜାଳ କୁଟୁମ୍ବଙ୍କ ଗୋଳ ଅନ୍ତର ବେଦନା ସବୁ ଅଧିକ କା ଆଗେ କହିବି କେ କଷ୍ଟ ଫେଡ଼ିବ ସଂସାରେ ମୋ ପରି ନାହିଁ ନିରେଖ

3

ମନ ମଧ୍ୟେ ମୋର ହରଷ ନ ଥାଇ ହୃଦୟ ମଧ୍ୟରେ ସଦା ବିମୁଖ ଚଉବର୍ଗଦାନୀ ଆଶ୍ରେ କରି ମୁଁ ଯେ କାହିଁରେ ଆଉ ନ ପାଇଲି ସୁଖ

4

ବାତଚକ୍ର ପ୍ରାୟେ ମନ ଭ୍ରମୁଥାଇ ଦଣ୍ଡେ ନ ରହଇ ତୁମ୍ଭରି ପାଖ କହେ ବନମାଳୀ ଶଙ୍ଖରେ ପୂରାଇ ଚକ୍ର ଉହାଡ଼ି ଘୋଡ଼ାଇଣ ରଖ

Sources

Cite this record


Last updated 2026-11-01. Record as JSON