Gīta

Dekha dekha sakhi go dekha nirekhi

ଦେଖ ଦେଖ ସଖୀ ଗୋ ଦେଖ ନିରେଖି

Text

Ghoṣā

ଦେଖ ଦେଖ ସଖୀ ଗୋ ଦେଖ ନିରେଖି ଢଳି ଢଳି କି ରଙ୍ଗରେ ଆସେ ବାଙ୍କ ଆଖି

1

ଆହା କି ମଧୁର ହାସ । ନବନଟବର ବେଶ । ଶିଖଣ୍ଡଚୂଳିଆ ଛଇ କେ ପାରିବ ଲେଖି ଗୋ

2

କୋଟିଏ ମଦନ ଯାର । ଶୋଭାକୁ ନୋହିବେ ଗାର । ଚଉଦଭୁବନ ସାର ପ୍ରତିମା ଏ ଟିକି ଗୋ

3

ଧେନୁ ପଛେ ବେଣୁ ବାଇ । ସଖାମଣ୍ଡଳୀରେ ଥାଇ । କି ଭଙ୍ଗୀରେ ସେ ନାଚଇ ପାଦେ ପାଦ ଯୋଖି ଗୋ

4

ଶ୍ରୀଅଙ୍ଗରେ ଧୂଳି ପଡ଼ି । କେମନ୍ତେ ଯାଇଛି ଜଡ଼ି । ବନବେଶ ମନୋହର ମରମରେ ଯାଏ ଲାଖି

Sources

Cite this record


Last updated 2026-11-01. Record as JSON