Dekha sajani benupaninki go
ଦେଖ ସଜନୀ ବେଣୁପାଣିଙ୍କି ଗୋ
Text
Ghoṣā
ଦେଖ ସଜନୀ ବେଣୁପାଣିଙ୍କି ଗୋ ନବୀନ ନଟବର ଠିଆ ଠାଣିକି ଗୋ ନୀଳେନ୍ଦ୍ର ମଣି ଆଭା କୋଟି କନ୍ଦର୍ପ ପ୍ରଭା ସେ ଚାରୁ ବଙ୍କିମା ଚାହାଣୀକି ଗୋ
1
ଶିଖୀ ଚନ୍ଦ୍ରିକା ଚୂଳେ ବେଢ଼ା କେତକୀ ଦଳେ ଆହା କି ଶୋଭା ଚିନ୍ତାମଣିକି ଗୋ ତା ଭାଲ ଗୋରଚନା ବୁଡ଼ାଏ ତ ଚେତନା ରଖାଇ ନ ଦିଏ କା ଆଣିକି ଗୋ
2
ନାସା ପୁଟର ମଣି ଦୋହଲିବାର ଠାଣି ମନ୍ଦ ହାସରେ ନିଏ କିଣିକି ଗୋ ହେଲେ କୁଳବରତୀ ତା ଫାନ୍ଦରୁ ବରତି ଯିବ କେ କହ ସଖି କେଣିକି ଗୋ