Gīta

Chahan re sangini keli nipa taru mulaku

ଚାହାଁରେ ସଙ୍ଗିନୀ କେଳି ନୀପ ତରୁ

Text

Ghoṣā

ଚାହାଁରେ ସଙ୍ଗିନୀ କେଳି ନୀପ ତରୁ ମୂଳକୁ ସେ ମନୋହର ମୂରତି ଶୋଭା ବାଙ୍କଚୂଳକୁ

1

ଭାଲେ ଶୋହେ ଗୋରଚନା କସ୍ତୁରୀ ଚିତା ରଚନା ଦେଖି କେବଣ ଅଙ୍ଗନା ନ ତେଜିବ କୁଳକୁ

2

କର୍ଣ୍ଣେ ରତନ କୁଣ୍ଡଳ ଖେଳା କରେ ଗଣ୍ଡସ୍ଥଳ ଚାହାଁ ଥରେ ଝଲମଲ ନାସା ମୋତିଫଳକୁ

3

ପୃଷ୍ଠଦେଶେ ଶୋହେ ବେଣୀ ଗଳେ ରତ୍ନହାର ପୁଣି କଟୀ ଦେଶରେ କିଙ୍କିଣୀ ଶୁଭେ ତରୁତଳକୁ

4

ଶ୍ରୀପଦେ ନୂପୁର ଧ୍ୱନି ନାଦେ ମୋହୁଛି ମେଦିନୀ କରେ ମୋହନ ମୁରଲୀ ଦିଶେ କି ମଞ୍ଜୁଳକୁ

5

ରଙ୍ଗିମା ଅଧରେ ହାସ ବାଙ୍କ ଚାହାଣୀ ପ୍ରକାଶ ବୋଲେ ବେଣୁଧର ସେ ତ ଚନ୍ଦ୍ରମା ଗୋକୁଳକୁ

Sources

Cite this record


Last updated 2026-11-01. Record as JSON