Gīta

Rusa baraja mrudukrusangi

ରୁଷା ବରଜ ମୃଦୁକୃଶାଙ୍ଗୀ

Text

Ghoṣā

ରୁଷା ବରଜ ମୃଦୁକୃଶାଙ୍ଗୀ ଶିଶୁମୃଗଦୃଶାଟି ବିଚକିଳହସାଟି ରେ । ଭସାଇ ନ ଦିଅ ସରସାପ୍ରବର ଅଭରସାଜଳେ ମୋ ଶୁଭଦଶାଟି ରେ

1

ପରାଭବରୁ ମୋତେ ଖରାବ ନ କର ରେ ତରାବରମୁଖୀ ମୁଁ ତୋ ଶାଟୀରେ ଧରାମାଣିକ୍ୟମଣିଝରା ମଦନ କରେ ମରାଇ ହେବୁ ଲୋକହସାଟି ରେ

2

କ୍ଷମାଜଳଧି ଭିଡ଼ି ଜମାଇ ଊରଜ ଭରମାଚଳରେ ନିଅ ନିଶାଟି ରେ ଗୁମାନକୁ ନୁହଇଁ ସମାନ ମୁଁ ତୋହର ତମାଳକିଶଳୟକେଶାଟି ରେ

3

ମନା ନ କର ସୁନୟନା ସଦୟ ରସ ଅନାଉଣିକି ବରଯୋଷାଟି ରେ ଅନାଅ ପରି ଦୀନମନା ହେଉଛି ଧନ ଅନାଇ ନତମୁଖ ବସାଟି ରେ

4

ଅକାରଣେ ସଦ୍ୟୁତି ଚକା ଲପନ ପୋତି ନ କାନ୍ଦ ବସୁମତୀଭୂଷାଟି ରେ ଜକାଜକି ଚୁମ୍ବନ ସକାମେ ରଚି ଧନ ପକାଅ ହରି ମୋର ତୃଷାଟି ରେ

5

ରସାଅ ରସରେ ତ ରସା ହେଉଛି ମଧୁରସା ସଦୃଶ୍ୟ ରସ କଷାଟି ରେ ରସାତିଳକ ହରିଚନ୍ଦନ ଦେବ ଗୋରୀ ତୋ ଚରଣ ଶରଣପଶାଟି ରେ

Sources

Cite this record


Last updated 2026-11-01. Record as JSON