He janardana bhagabana
ହେ ଜନାର୍ଦ୍ଦନ ଭଗବାନ
Text
Ghoṣā
ହେ ଜନାର୍ଦ୍ଦନ ଭଗବାନ ଅନ୍ତର୍ଯ୍ୟାମୀ ନାରାୟଣ କାରଣ ତାରଣ ଶରଣ ରକ୍ଷଣ ପରମ କାରଣ ପରମ ଧାରଣ
1
ବିଶ୍ୱସ୍ଥିତି କାରଣ ବିଶ୍ୱଜନ ପାଳନ ବିଶ୍ୱ ଈଶ୍ୱର ଦୀନ ନିଃସ୍ୱ ନିସ୍ତାରଣ
2
ପତିତପାବନ ଗତି ପରାୟଣ । ଦୁର୍ଜ୍ଜନଦଳନ ସଜ୍ଜନଜୀବନ
3
ଜଗଜ୍ଜନ ପରାଣ ଭବଭୟ ମୋଚନ । ଭକ୍ତ ହୃଦ ଅଧୀନ ଭାବବିନୋଦନ
4
ନିତ୍ୟ ନିରଞ୍ଜନ ବିପଦ ଭଞ୍ଜନ । ବନ୍ଦେ ନିଶିଦିନ ତାରିଣୀ ଚରଣ