Gīta

Barana gamana bare syame ana

ବାରଣଗମନା ବାରେ ଶ୍ୟାମେ ଅନା

Text

Ghoṣā

ବାରଣ ଗମନା ବାରେ ଶ୍ୟାମେ ଅନା ଭାରି ଅଧୀର ତୋ ବିନାରେ

1

ଭୋଗିଲେ ନାନା ଭୀଷଣ ବେଦନା ତୋ ଲାଗି କେବଳ ସିନାରେ ବୀଣା ନାଦ ଜିଣା ଭାରତୀକି ଶୁଣା ସେ ପରା ତୋହରି କିଣାରେ

2

ବଣା ହରିଣାକ୍ଷି ହୁଅନାରେ ବଣା କରନା କରୁଣା ଊଣାରେ ମୋହନ ସୁନ୍ଦର ବିରହେ ତୋହର ହରାଇଲେଣି ଚେତନାରେ

3

ତୋ ବିହୀନେ ସହି ସାହା କେହି ନାହିଁ ଦିଅନା ଆଉ ଯାତନାରେ ଭାଷଇ ତାରିଣୀ ତୋଷ ନୀଳମଣି ହୋଇ ଏଣିକି ସୁମନାରେ

Sources

Cite this record


Last updated 2026-11-01. Record as JSON