Gīta

Kahinki ede birasa narisa

କାହିଁକି ଏଡ଼େ ବିରସ ନାରୀଶ

Text

Ghoṣā

କାହିଁକି ଏଡ଼େ ବିରସ ନାରୀଶ

1

କହରେ ପ୍ରାଣଧନ କା ଲାଗି ଏ ଗୁମାନ ଅକାରଣେ ବହିଛୁ ହୋଇ ତୁହି ବାଳୀଶ (ପଡ଼ି) କୁଞ୍ଜନିଳୟଭୂଷା ଆରେ ମଞ୍ଜୁ ରୁଚିର ବେଶା ସଞ୍ଜ ହେଲାଣି ପରା ରଞ୍ଜ ଶରୀର ତ୍ୱରା ଅଞ୍ଜନ ନିଭ ଘନକେଶା ସୁରସେ ରସରେ

2

ଘନଶ୍ୟାମ ବରନ ମନ କର ପ୍ରସନ୍ନ ମନ ତୋ କର ଉଚ୍ଚାଟନ ମୋ ବାଣୀ ଘେନ (ପଡ଼ି) ମୋହନ ଆସିଯିବେନି ଚାହିଁ ଚାହିଁ ଥିବେ ତୋ ସରଣୀ ଖେଳା ଖଞ୍ଜରୀଟ ଡୋଳା ରେ ନବ ବାଳା ହେଳା ନ କରି ଅଭିସାରେ ଚଳିବା ଆସରେ

3

ମାଜ ମୁଖ ସରୋଜ ଆଜ ରସିକାରାଜ ବ୍ରଜଇନ୍ଦୁ ଶ୍ରୀ ଯୁବରାଜଙ୍କୁ କର ନିଜ (ପଡ଼ି) ସାଜ ସଘନେ ସଜ ଡୁବିରାଜରେ ଗଜ ରାଜ ରାଜ ଗମନୀ ତେଜ ବ୍ୟାଜ ମନରୁ ଆଜ ରାଜୁ ତାରିଣୀ ହୃଦ ହେଜି ଯୁଗ ସମାଜରେ

Sources

Cite this record


Last updated 2026-11-01. Record as JSON