Bhaja mana anudina janardananku
ଭଜ ମନ ଅନୁଦିନ ଜନାର୍ଦ୍ଦନଙ୍କୁ
Text
Ghoṣā
ଭଜ ମନ ଅନୁଦିନ ଜନାର୍ଦ୍ଦନଙ୍କୁ ଭକ୍ରାଧୀନ ଭାବଗ୍ରାହୀ ଭଗବାନଙ୍କୁ
1
ଭବ ବନ୍ଧନୁ ହୁଗୁଳି ଛାଡ଼ କପଟ ଚାତୁରୀ ବେଗେ ଚଳ ନିତ୍ୟସ୍ଥଳୀ ବୃନ୍ଦାବନକୁ
2
ବ୍ରହ୍ମାଦି ଶିବ ସନକ ସନନ୍ଦନ ଶେଷ ଶୁକ ଚିର ବାଞ୍ଛିତ ବନ୍ଦିତ ଶ୍ରୀଚରଣକୁ
3
ଭାବେ ତାରିଣୀ ଚରଣ ମଜ୍ଜି ସେ ମହାଭାବେଣ ଚିନ୍ତଇ ଅନ୍ତରେ ସଦା ନିତ୍ୟଧନକୁ