Gīta

Banchita bandhure

ବାଞ୍ଛିତ ବନ୍ଧୁରେ

Text

Ghoṣā

ବାଞ୍ଛିତ ବନ୍ଧୁରେ ପର୍ବଶର୍ବରୀଶ ଖର୍ବ ମୁଁ ନାଗରୀଶ ଶର୍ବରୀ ଦିବା ଆଶ ପର୍ବତରୁ ବିଶେଷ

1

ଗୋଳି ଚୂଆ ଚନ୍ଦନ । ବୋଳିବି ଅଙ୍ଗେ ଧନ । ତୋଳି ସଜ ସୁମନ । ଦୋଳି କରି ମଣ୍ଡନ । କଞ୍ଜ ଚରଣେ ତୋର । ଖଞ୍ଜ ମଣି ମଞ୍ଜୁର । ଖଞ୍ଜନାକ୍ଷୀରେ କର । ମାଜଣା ପରିଚାର

2

ସଞ୍ଜ ହେଜି ତଳ୍ପ ତଳେ ଅଳ୍ପହାରୀ କ୍ଳାନ୍ତି ଶାନ୍ତି କରାଇବି ମନ ଜାଣି । ରସାଇ ରସେ ଗୋରୀ । ହସାଇଲୁ ଭଗାରି । ରସାରୁ ଯିବି ସରି । ଯଶାକୁ ମୁଁ ସୁମରି । ଦୂରୁ କାମକମାଣ । ଭୂରୁ ନୟନ ବାଣ । ସରୁ ପାକରେ ଜାଣ । ହରିନେଲା ରେ ପ୍ରାଣ । ଟାଣେ ହାଣିରେ ରସାଣେ ସ୍ୱର୍ଣ୍ଣ ଦେଇ । ରାମ ବାଣ ପରିତ୍ରାଣ କର ତୁ ଜାଣ

Sources

Cite this record


Last updated 2026-11-01. Record as JSON