Mo name bansi na bajare
ମୋ ନାମେ ବଂଶୀ ନ ବାଜରେ
Text
Ghoṣā
ମୋ ନାମେ ବଂଶୀ ନ ବାଜରେ ଆଉ ମୋ ନାମରେ ବଂଶୀ ନ ବାଜରେ
1
ଶୁଣି ତୋର ସ୍ୱନ ହେଲି ମୁଁ ଉଚ୍ଛନ୍ନ ସଢ଼ିଲିଣି ଲୋକଲାଜରେ
2
ଏ ଗୋପନଗରେ ଢମାଳି ଢଗରେ କେ କେତେ ଗଞ୍ଜନ୍ତି ବ୍ୟାଜରେ
3
ମୁଁ ବୋଲି କୁଳଟା କେତେ ହୁରି ହଟା ବସିଛି ଗୋପ ସମାଜରେ
4
ବେଣୁଧର ଭଣି ଠାକୁରାଣୀ ବାଣୀ ଦଇନି କରୁଛି ଆଜରେ