Gīta

Na ja jamuna lo sahi

ନ ଯା ଯମୁନା ଲୋ ସହି

Text

Ghoṣā

ନ ଯା ଯମୁନା ଲୋ ସହି ନ ଯା ଯମୁନା ବାଟ ଜଗିବସିଛି ସେ ଛଇଳ କାହ୍ନା

1

ତୁ ତାକୁ ଦେଖିଲା କ୍ଷଣି ହୋଇଯିବୁ ପାଗଳିନୀ ଗରବ ଗୁମାନ ଦମ୍ଭ ହୋଇବ ଚୂନା

2

ଏ ବରଜେ କେତେ ବାଳୀ ନାହାନ୍ତିଟିରେ ସଙ୍ଖାଳି ତୋହ ଠାରେ ସିନା ନିତି ତାହାରି କୁହ୍ନା

3

ବାଉଁଶର ବଂଶୀ ଖଣ୍ଡ ଫୁଙ୍କି ଦିଅଇ ଯା ଦଣ୍ଡ ଆଜନମ ସୁଖୀ ଧନୀ ତା ଜାଣିଛୁ ନା

4

ତୋ ନାମଗୋଟି ଜୀବିକା କରି ବୁଲେ ଗିରିଟେକା ଯେତେ ମନା କଲେ ହେଲେ ନ କରେ ଘେନା

5

ବୋଲେ ବେଣୁଧର ମିତ ଯାହା କହିଲ ଗୋ ସତ କି ନ କରନ୍ତି ସେ ଘନ କାଳିଆ ସୁନା

Sources

Cite this record


Last updated 2026-11-01. Record as JSON