Kaha kaha ki karibi priyasahi
କହ କହ କି କରିବି ପ୍ରିୟସହି
Text
Ghoṣā
କହ କହ କି କରିବି ପ୍ରିୟସହି ଶ୍ୟାମ ପ୍ରୀତି ମନୁ ଗଲା ତ ନାହିଁ
1
ଦିନ ଦିନକର ଭାବ ଗୋ ଭାବିଲେ କିଏ ସେ ଦେବ ଗୋ ବେଳକୁ ବେଳ ତ ମରମ ହେଉଛି ଦହି
2
ଦିନେ ମୁଁ ଯମୁନା ପାଣିକି ଯାଆନ୍ତେ ସେ ବେଣୁପାଣିକି ଦେଖି ତ ପାଦ ତେଣିକି ଚଳିଲା ନାହିଁ
3
ଦିନେ ବନେ ବନମାଳୀ ଗୋ ଥିଲେ ଗଲି ଫୁଲ ତୋଳି ଗୋ ଯାହା କଲେ ଆଗୋ ଆଳି ନୁହଇଁ କହି
4
ଦିନେ ସଜନୀ ସୁବେଶରେ ପ୍ରବେଶିଲେ ସେ ମୋ ପାଶରେ କରକୁ ଧରିଣ କେତେ ଗୋ ହେଲେ ବିନୟୀ
5
ବୋଲେ ବେଣୁଧର ପରା ଗୋ ସେ ତୁମ୍ଭ ହୃଦୟହାରା ଗୋ କି ଦୋଷେ ତେଜିଣ ମଥୁରା ରହିଲେ ଯାଇ