Gīta

Saji tanu maji rajila ta aji

ସାଜି ତନୁ ମାଜି ରାଜିଲା ତ ଆଜି

Text

Ghoṣā

ସାଜି ତନୁ ମାଜି ରାଜିଲା ତ ଆଜି ମହୀରେ ସଜ ବସନ୍ତ

1

ଉଡ଼ାଇ ରଙ୍ଗ ବାନାରେ ସଜନୀ ରସାଳ କୁଞ୍ଜେ ଅନାରେ । ନବସୁମନା । (ପଡ଼ି) ଭାଲ ମୁନ ସଳଖି ତୀର କି ଦେଲା ଯୋଖି ପିକ ଡଗରା ସାକ୍ଷୀ ଗାଏ କୁହୁକୁ ଡାକି ଅଧୀର ମଳୟ ସତେ ସାରିଦେଲା ଲାଜ ମହତ

2

ନବୀନ ଜନ ନିଆଳିରେ ସଜନୀ ତୋ ହେଲେ ଗେଲେ ଛଇଳୀରେ । ସରାଗେ ଫୁଲିରେ । (ପଡ଼ି) ଅଳି ବସୁଛି ମିତ ଶତ ବାଇଆ ସେ ତ ଚାଟୁବାଣୀ ଭଣିତ ଗାଇବ ଗୁଞୀତ ହରିବ ସାରିବ ମାନ ଝୁରି ମରିବାର ତ ସତ

3

ଚାରୁ ଚାନ୍ଦିନୀ ରାତିରେ ସଜନୀ ଉଲ୍ଲସି ଉଠେ ଛାତିରେ । ହେଲେ ମତିରେ । (ପଡ଼ି) ଚିହ୍ନାପରି କେ ମୋତେ ଛୁଇଁଗଲା ଚକିତେ ଗୋପନ କଥା ଯେତେ ଚେତି ଅନୁବରତେ ନୟନେ ଲେଖିଲା ଭାଷା କବିଶଶୀ ବାରିଗଲା ତ

Sources

Cite this record


Last updated 2026-11-01. Record as JSON